Odiapua.com

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ.ଭି ରମଣା, ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ.ଭି ରମଣା। ତାଙ୍କ ନାମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି।

ସୂଚନାଯୋଗ୍ୟ ଯେ CJI ଏସ୍‌ଏ ବୋବଡେ ଆସନ୍ତା ଏପ୍ରିଲ୍ ୨୩ ରେ ଅବସର ନେବାକୁ ଯାଉଛନ୍ତି। ଇତି ମଧ୍ୟରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍ ଏ ବୋବଡେ ପୂର୍ବରୁ ସରକାରଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ.ଭି ରମଣଙ୍କୁ ପରବର୍ତ୍ତୀ CJI ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲେ।