Odiapua.com

ଜଷ୍ଟିସ୍ ଫର୍ ପରୀ: ନୟାଗଡ଼ରେ ରିଲେ ଅନଶନ ଆରମ୍ଭ

ଭୁବନେଶ୍ୱର: ପରୀକୁ ନ୍ୟାୟ ଦେବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ରିଲେ ଅନଶନ। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ରିଲେ ଅନଶନର ପ୍ରଥମ ଦିନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାଃ ସମ୍ବିତ ପାତ୍ର ଯୋଗଦେଇଥିଲେ। ସମ୍ବିତ ପାତ୍ରଙ୍କ ବ୍ୟତୀତ ଏଥିରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ନୟାଗଡ଼ ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର, ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଇରାନୀ ରାୟ, ଯତୀନ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ। ଏହାପୂର୍ବରୁ ଡାଃ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ ପରୀର ଗାଁ ଯଦୁପୁର ଗସ୍ତ କରି ପରୀର ଘରକୁ ଯାଇ ପରିବାର ଲୋକଙ୍କ ସହିତ ଭେଟି ଆଲୋଚନା କରିବା ସହ ପରୀର ହାଡ଼ ପଡ଼ିଥିବା ସ୍ଥାନ ବୁଲି ଦେଖିଥିଲେ।
-@Dr