Odiapua.com

୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ : ପ୍ରେବୃୟାରୀ ମାସରେ ବିଜେପିର ହେଭିୱେଟ ଜନସଭା

ଭୁବନେଶ୍ୱର:ଆସନ୍ତା ଫ୍ରେବୃୟାରୀ ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗସ୍ତରେ ଆସିବେ।ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀଠାରେ ଯୋଗୀ ଏକ ଜନସଭାକୁ ସମ୍ବୋଧନ କରିବେ।ଏହା ସହ ସେହିଦିନ ଯୋଗୀ ଆଦିତ୍ୟନାଥ ଭବାନୀପାଟଣାଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା,କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକୃପାଳ ଯାଦବ ମଧ୍ୟ ଚଳିତ ଫେବୃୟାରୀ ମାସରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।୧୪ ତାରିଖ ଦିନ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକୃପାଳ ଯାଦବ ଟିଟଲାଗଡ ଏବଂ ରାଉଲକେଲାରେ ପରିବର୍ତ୍ତନ ସମାବେଶରେ ସଭାରେ ଯୋଗ ଦେବେ।ସେହିପରି ୧୫ ତାରିଖରେ ସମ୍ବଲପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।୧୭ ତାରଖରେ ଗୃହମନ୍ତ୍ରୀ ରାଜନାଥ ସିଂହ ଭଦ୍ରକରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ।/ଦେବଦତ୍ତ