Odiapua.com

ବ୍ରହ୍ମପୁର ଜିଓ ସର୍ଭିସ ସେଣ୍ଟର ଉପରେ ଗ୍ରାହକ ଅସନ୍ତୋଷ

ବ୍ରହ୍ମପୁର:ବ୍ରହ୍ମପୁର ଆସ୍କାରୋଡ଼ ସ୍ଥିତ ଜିଓ ସର୍ଭିସ ସେଣ୍ଟରରେ ଗ୍ରାହକ ସେବା ଅତ୍ୟନ୍ତ ଖରାପ ବୋଲି ଅଭିଯୋଗ ହେଉଛି।ମୋବାଇଲରେ କୌଣସି ତୃଟି ନେଇ ସର୍ଭିସ ସେଣ୍ଟରକୁ ଆସିଲେ ଏଠାରେ ମୋବାଇଲ ରଖି ଯେଉଁ ସମୟରେ ଆସି ମୋବାଇଲ ନେବାକୁ ଗ୍ରାହକଙ୍କୁ କୁହାଯାଉଛି,ତାହା ହେଉନି।ସନ୍ଧ୍ୟା ୫ଟାରେ ଆସି ମୋବାଇଲ ନେବାକୁ କୁହାଯାଉଛି,କିନ୍ତୁ ଦୁଇ ଘଣ୍ଟା ଯାଏଁ ଗ୍ରାହକଙ୍କୁ ଅପେକ୍ଷା କରି ବସାଇ ଦିଆଯାଉଛି।କାହାକୁ କାହାକୁ ସାମାନ୍ୟ କାମ ପାଇଁ ବାରମ୍ବାର ଆସିବାକୁ କୁହାଯାଉଛି।ଗ୍ରାହକ ଦୁଇ ତିନି ଦିନ ଏଥିପାଇଁ ଦୌଡୁଛନ୍ତି।ଏ ନେଇ ଅଭିଯୋଗ କଲେ ଏଣୁ ତେଣୁ ଉତ୍ତର ମିଳୁଛି।ଏହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।/ଦେବଦତ୍ତ