Odiapua.com

ଜିଓ ପକ୍ଷରୁ ‘ଜିଓପୋଷ୍ଟପେଡ୍ ପ୍ଲସ୍‌’ ଘୋଷଣା – ପୋଷ୍ଟ୍‌ପେଡ୍ ଧନ୍ ଧନା ଧନ୍‌, ଜିଓ ଧନ୍ ଧନା ଧନ୍‌

– ବିନା କୌଣସି ଅତିରିକ୍ତ ମୂଲ୍ୟରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜନି+ ହଟ୍‌ଷ୍ଟାର୍‌
– ପରିବାର (ଫାମିଲି) ପ୍ଲାନ୍ ସହ ଡାଟା ରୋଲ୍‌ଓଭର୍ ସୁବିଧା
– ଭାରତର ପ୍ରଥମ ବିମାନ ମଧ୍ୟରେ ସେବା
– ଆମେରିକା ଓ ୟୁଏଇରେ ବିନା ମୂଲ୍ୟର ବିନା ମୂଲ୍ୟରେ ଆନ୍ତର୍ଜାତିକ ରୋମିଂ
– ବିଶ୍ୱର ଯେକୌଣସି ସ୍ଥାନରୁ ୧ ଟଙ୍କାରେ ଭାରତକୁ କଲ୍ କରିବା ସୁବିଧା
– ମାଗଣା ହୋମ୍ ଡେଲିଭରି ଏବଂ ଆକ୍ଟିଭେସନ୍‌
– ବିନା ସମୟ ଅପଚୟରେ ନିଜର ପ୍ରଚଳିତ ନମ୍ବରକୁ ଜିଓରେ ରୂପାନ୍ତରିତ କରନ୍ତୁ

ମୁମ୍ବାଇ / ଭୁବନେଶ୍ୱର ୨୨-୯ (ଓଡ଼ିଆ ପୁଅ): ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା।

ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଉନ୍ମୋଚନ କରିବା ପାଇଁ ବର୍ତ୍ତମାନ ହେଉଛି ସବୁଠାରୁ ଭଲ ସୁଯୋଗ ଓ ସମ୍ଭାବନାଭରା ସମୟ। ପ୍ରିପେଡ୍ ସ୍ମାର୍ଟଫୋନ୍ ବର୍ଗରେ ପ୍ରାୟ ୪୦ କୋଟି ସନ୍ତୁଷ୍ଟ ଗ୍ରାହକଙ୍କ ବିଶ୍ୱାସ ଜିତିବା ପରେ, ଆମେ ଆମର ଗ୍ରାହକ ପସନ୍ଦକୁ ପୋଷ୍ଟପେଡ୍ ବର୍ଗକୁ ସଂପ୍ରସାରିତ କରିବାକୁ ଚାହୁଛୁ। ପ୍ରତିଟି ପୋଷ୍ଟପେଡ୍ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଜିଓ ପୋଷ୍ଟପେଡ୍ ପ୍ଲସ୍‌କୁ ଅତି ସୂକ୍ଷ୍ମ ଭାବେ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଛି। ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣାତ୍ମକ ମାନର ସଂଯୋଗ, ସୀମାହୀନ ପ୍ରିମିୟମ୍ ମନୋରଂଜନ ଉପଲବ୍ଧତା, ନିରବଚ୍ଛିନ୍ନ ଓ ସୁଲଭ ଆନ୍ତର୍ଜାତିକ ରୋମିଂ, ସଦ୍ୟତମ ଓ ଅଭିନବ ସୁବିଧା ସୁଯୋଗ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନନ୍ୟ ଗ୍ରାହକ ଅନୁଭୂତି ଭଳି ଆବଶ୍ୟକତାକୁ ଏହା ପୂରଣ କରୁଛି। ଆମେ ଏକ ସୁବର୍ଣ୍ଣ ମାନର ସେବା ଅନୁଭୂତି ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛୁ ଏବଂ ଆମେ ଆଶା କରୁଛୁ ଯେ ଭାରତର ପ୍ରତିଟି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ। ଉପଭୋକ୍ତା ଏହାର ପୂର୍ଣ୍ଣ ବ୍ୟବହାର କରିବେ।’’

ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର। ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌, ୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ। ଫିଚର୍ସ ପ୍ଲସ୍‌ରେ ପ୍ରତି ସଂଯୋଗ ପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାର ପାଇଁ ଫାମିଲି ପ୍ଲାନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀ ମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେ ୱାଇ-ଫାଇ କଲିଂ ସୁବିଧା ମିଳିବ।

ଇଣ୍ଟରନ୍ୟାସନାଲ୍ ପ୍ଲସ୍‌ରେ ବିଦେଶକୁ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମ ଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧ ହେବ। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା, ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକ କଲ୍ କରିବାର ସୁବିଧା ମିଳିବ। ଏକ୍ସପେରିଏନ୍ସ ପ୍ଲସ୍‌ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରି ରହିବ ଏବଂ ସମାନ ନମ୍ବର ରହିବ, କୌଣସି ଅପେକ୍ଷା ସମୟ ରହିବ ନାହିଁ। ଏଥି ସହିତ ମାଗଣା ହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍ କଲ୍ ସେଂଟର ସେବା ଉପଲବ୍ଧ ହେବ।

ଜିଓ ପୋଷ୍ଟପେଡ୍ ସ୍ଳସ୍‌ରେ ଟାରିଫ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନଙ୍କ ପାଇଁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ ଘୋଷଣା କରାଯାଇଛି। ୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍ ସେବା, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଏବଂ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ସୁବିଧା ମିଳିବ।

୫୯୯ ଟଙ୍କିଆ ପ୍ଲାନ୍‌ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୧ଟି ଅତିରିକ୍ତ ସିମ୍ ମିଳିବ। ସେହିପରି, ୭୯୯ ଟଙ୍କିଆ ପ୍ଲାନ୍‌ରେ ୧୫୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ। ୯୯୯ ଟଙ୍କିଆ ପ୍ଲାନ୍‌ରେ ୨୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୩ଟି ଅତିରିକ୍ତ ସିମ୍ ମିଳିବ।

୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ଅସୀମିତ ଡାଟା ଓ ଭଏସ୍ ସେବା ମିଳିବ।

ଜିଓ ପୋଷ୍ଟ୍‌ପେଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ଦେଶର ପୋଷ୍ଟପେଡ୍ ଗ୍ରାହକମାନେ “Hi“ ଲେଖି ହ୍ୱାଟ୍‌ସ୍‌ଆପ୍‌ରେ ୮୮-୫୦୧-୮୮-୫୦୧କୁ ପଠାଇବାକୁ ହେବ। ତାଙ୍କ ନିଜ ଅପରେଟରଙ୍କ ପାଖରେ ଥିବା କ୍ରେଡିଟ୍ ଲିମିଟ୍ ଜାରି ରହିବ।

ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍ ଅଥବା ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍‌ରୁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍‌ର ହୋମ୍ ଡେଲିଭରି ପାଇପାରିବେ। ମାଇଁଜିଓ ଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ନ୍ତୁ।

ଜିଓପୋଷ୍ଟପେ୍‌ଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ପ୍ରିପେଡ୍ ଗ୍ରାହକମାନେ ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍‌, /ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍‌, ରୁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍‌ର ହୋମ୍ ଡେଲିଭରି ପାଇପାରିବେ। ୧୦୦% ଫେରସ୍ତଯୋଗ୍ୟ (ଯଦି ପ୍ରଯୁର୍ଯ୍ୟ) କ୍ରେଡିଟ୍ ଲିମିଟ୍‌କୁ ଅନ୍‌ଲକ୍ କରନ୍ତୁ। ମାଇଁଜିଓ ଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ନ୍ତୁ।

ଜିଓ ଷ୍ଟୋର୍ ଓ ହୋମ୍ ଡେଲିଭରି ଜରିଆରେ ସେପ୍ଟେମ୍ବର ୨୪ରୁ ଜିଓ ପୋଷ୍ଟପେଡ୍ ପ୍ଲସ୍