Odiapua.com

ମା’ ଦୁଇ ପୁଅ ଓ ଝିଅର ଏକାଠି ଜଳିଲା ଜୁଇ

ଝାରସୁଗୁଡା ୪-୬ (ଓଡ଼ିଆ ପୁଅ) : ଝାରସୁଗୁଡାରେ ଗୋଟିଏ ପରିବାରର ୫ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୁଣି ଆସିଛି ଦୁଃଖ ଖବର। ଗତକାଲି ବଡ଼ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମାଓ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ାର ଏକ ଶ୍ମଶାନରେ ଏହି ପରିବାର ମା’, ଦୁଇପୁଅ ଓ ଝିଅଙ୍କ ଜୁଇ ଏକାଠି ଜଳିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାରେ ଦୁଃଖର ଛାୟା ଖେଳିଯାଇଛି। କିଛି ସମାଜସେବୀ ଏହି ଦାହ ସଂସ୍କାର କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଗୋଟିଏ ପରିବାରର ଜଣେ ପୁଅ ୨୦୧୮ ମସିହାରେ ଦୁର୍ଘଟଣାରେ ଶିକାର ହେବା ପରେ ତାଙ୍କର ଦୁଇଦିନ ତଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗିପଡିଥିଲେ ପରିବାରର ପାଞ୍ଚ ଜଣ ସଦସ୍ୟ। ସେମାନେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ବଡ଼ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଅନ୍ୟମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସାନପୁଅଙ୍କର ମୃତ୍ୟୁ ହେବାର ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରର ଏବେ ଚାରୋଟି ଜୀବନ ଚାଲିଯାଇଛି।