Odiapua.com

ବନ୍ଦ କୋଠରୀରେ ମହିଳା ଛାତ୍ରୀଙ୍କର ଏହିପରି ସହନଶକ୍ତି ପରୀକ୍ଷା କରୁଥିଲା ନର୍ସିଂ ଟ୍ରେନିଂ ସେଣ୍ଟର ନିର୍ଦ୍ଦେଶକ, ଏବେ ଗିରଫ

ଝାଡ଼ଖଣ୍ଡ ୧୪-୩ (ଓଡ଼ିଆ ପୁଅ) ରାଞ୍ଚିର ଖୁଣ୍ଟି ପୋଲିସ ଷ୍ଟେସନ ଅଞ୍ଚଳରେ ତିରଲାର ଏକ ଏନଜିଓ ହେରା ଦ୍ୱାରା ପରିଚାଳିତ ଏକ ନର୍ସିଂ ଟ୍ରେନିଂ ସେଣ୍ଟର ଛାତ୍ରୀଙ୍କ ସହ ହୋଇଥିବା ଯୌନ ନିର୍ଯାତନା ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା। ନର୍ସିଂହୋମ ଛାତ୍ରୀଙ୍କ ପ୍ରତି ଏହି ଅନନ୍ୟ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ବନ୍ଦ କୋଠରୀରେ ଛାତ୍ରୀମାନଙ୍କ ଷ୍ଟାମିନା/ସହନ ଶକ୍ତି ପରୀକ୍ଷା କରୁଥିଲେ। ସେ ମହିଳା ଛାତ୍ରୀମାନଙ୍କର ବ୍ୟକ୍ତିଗତ ଅଂଙ୍ଗକୁ ସ୍ପର୍ଶ କରୁଥିଲେ। କହୁଥିଲେଯେ, ସେ ଧୌର୍ଯ୍ୟ/ସହନ ଶକ୍ତି ପରୀକ୍ଷା କରୁଛନ୍ତି।

ଶନିବାର ପୂର୍ବାହ୍ନରେ ଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ସବିତା ସିଂ, ଖୁଣ୍ଟିର ମହିଳା ପୋଲିସ ଷ୍ଟେସନ ଇନଚାର୍ଜ ଡୁଲାରମାନି ଟୁଡୁ, ଡିପିଏମ କନକ ଲତା ନର୍ସିଂ ତାଲିମ କେନ୍ଦ୍ରରେ ପହଞ୍ଚି ପୋଲିସକୁ ପଦକ୍ଷେପ ନେବାକୁ କହିଛନ୍ତି। ଧୌର୍ଯ୍ୟ ପରୀକ୍ଷା ନାମରେ କରାଯାଇଥିବା ଏହି କାର୍ଯ୍ୟ ସଂପର୍କରେ ଖୁଣ୍ଟି ମହିଲା ପୋଲିସ ଷ୍ଟେସନରେ ଅଭିଯୁକ୍ତ ନିର୍ଦ୍ଦେଶକ ପରଭେଜ ଆଲାମ ଛଦ୍ମନାମ ବାବୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ବାବୁଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ମହିଳାଛାତ୍ରୀମାନେ ସେମାନଙ୍କ ଯନ୍ତ୍ରଣାର କାହାଣୀ କହିବା ପାଇଁ ଏକ କାର୍ଯ୍ୟକ୍ରମ ସମୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ। ଏହା ପରେ ଅଧିକାରୀ ରାଜ୍ୟପାଳଙ୍କୁ ଏହା ବିଷୟରେ ଚିଠି ଲେଖି ଜଣାଇଥିଲେ। ଏହିପରି ଭାବରେ ଏହି ବିଷୟ ଜଣାପଡ଼ିଥିଲା। ଅଧିକାରୀ କହିଛନ୍ତି ଯେ, ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକାର କାର୍ଯ୍ୟ ପରେ ଛାତ୍ରୀମାନେ ଭୟଭୀତ ହୋଇ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି।

ସେ କହିଛନ୍ତି ଯେ, ଛାତ୍ରୀମାନେ ତାଙ୍କୁ କହିଥିଲେ ଯେ ନିର୍ଦ୍ଦେଶକ ଝିଅ ଛାତ୍ରମାନଙ୍କୁ ଏକ ବନ୍ଦ କୋଠରୀରେ ପଲ୍ସ ଚେକ୍ କରିବା ପାଇଁ ଡାକି ଧୌର୍ଯ୍ୟପରୀକ୍ଷା ନାମରେ ସେମାନଙ୍କର ବ୍ୟକ୍ତିଗତ ଅଂଶକୁ ସ୍ପର୍ଶ କରି ଅଶ୍ଳୀଳ କାର୍ଯ୍ୟ କରନ୍ତି। ସେ କହିଥିଲେ ଯେ, ଏହି ମାମଲାକୁ ଦବାଇବା ପାଇଁ ସେ ଛାତ୍ରୀମାନଙ୍କୁ ଭୟଭୀତ କରାଇ ଧମକ ଦେଉଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଏହି ଅନୁଷ୍ଠାନରେ ଗରିବ ପରିବାରର ମୋଟ ୬୦ ଜଣ ବାଳିକା କେନ୍ଦ୍ରରେ ତାଲିମ ନେଉଛନ୍ତି। ପ୍ରଥମ ବର୍ଷର ୨୦ ଜଣ ଛାତ୍ରୀ ଥିବା ବେଳେ ୪୦ ଜଣ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସମେତ ଏକ ଏନଜିଓ ହୋରା ଦ୍ୱାରା ପରିଚାଳିତ ନର୍ସିଂ ଟ୍ରେନିଂ ସେଣ୍ଟରରେ ୬୦ ଜଣ ଛାତ୍ରୀ ତାଲିମ ନେଉଛନ୍ତି। ଗରିବ ପରିବାରରୁ ଆସୁଥିବା ଏହି ସମସ୍ତ ଝିଅମାନେ ବର୍ତ୍ତମାନ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ସଂଜ୍ଞାନ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।