Odiapua.com

ପ୍ରକାଶ ପାଇଲା JEE ମେନ୍‌ ପରୀକ୍ଷା ଫଳ ୨୦୨୧ : ୧୦୦ ପ୍ରତିଶତ ରଖି ଇତିହାସ ସୃଷ୍ଟି କଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାହାର କେତେ ନମ୍ବର

ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ସର ଫଳାଫଳ ଘୋଷଣା କରାଯାଇଛି। ମୁମ୍ବାଇର ସିଦ୍ଧାନ୍ତ ମୁଖାର୍ଜୀ ୩୦୦ ରୁ ୩୦୦ ରଖି ୧୦୦ ପ୍ରତିଶତ ହାସଲ କରିଛନ୍ତି। ସେହିପରି ସାକେଟ୍ ଝା (ରାଜସ୍ଥାନ), ପ୍ରବୀର କଟାରିଆ (ଦିଲ୍ଲୀ), ରଂଜୀମ୍ ପ୍ରବଳ ଦାସ (ଦିଲ୍ଲୀ), ଗୁରୁମ୍ରିତ୍ ସିଂ (ଚଣ୍ଡିଗଡ଼), ଅନନ୍ତ କୃଷ୍ଣ କଦମ୍ବୀ (ଗୁଜୁରାଟ)ରୁ ମଧ୍ୟ ୩୦୦ ରୁ ୩୦୦ ନମ୍ବର ରଖି ଶତ ପ୍ରତିଶତ ରଖିଛନ୍ତି। ଓଡ଼ିଶାରୁ ଗୌତମ ଦାସ ୯୯.୯୯ ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି। ସେ ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ଜଣାପଡିଛି। JEE Mains ଫେବୃଆରୀ ୨୦୨୧ ଅଧିବେଶନରେ ୬ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ (NTA ସ୍କୋର) ସ୍କୋର କରିଛନ୍ତି। ୧୦ ଛାତ୍ରୀ ୯୯ ପ୍ରତିଶତ ସ୍କୋର କରିଛନ୍ତି।

ଚଳିତଥର ୬ ଲକ୍ଷ ୬୧ ହଜାର ୭୭୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଆପଣ ବି ସିଧାସଳଖ ‘http://jeemain.nta.nic.in ଓ http://nta.ac.in’ ୱେବ୍‌ସାଇଟରୁ ଜାଣି ପାରିବେ ରେଜଲ୍ଟ।

ଫେବ୍ରୁଆରି ୨୩ରୁ ୨୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା ।

ମୁମ୍ବାଇରୁ ଆସିଥିବା ସିଦ୍ଧାନ୍ତ ମୁଖାର୍ଜୀ ୨୦୧୯ ରେ କୋଟା ଆସିଥିଲେ। ଏଠାରେ ରହି ସେ ଏକ ଘରୋଇ କୋଚିଂ ସେଣ୍ଟରରେ ଅଧ୍ୟୟନ କରିଥିଲେ। ସିଦ୍ଧାନ୍ତ ତାଙ୍କର ସଫଳତାକୁ ତାଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି।

ସିଦ୍ଧାନ୍ତ ମୁଖାର୍ଜୀ କହିଛନ୍ତି ଯେ ସେ ଆଇଆଇଟିଆନ୍‌ ହେବାର ସ୍ୱପ୍ନ ନେଇ ୨୦୧୯ ରେ କୋଟା ଆସିଥିଲେ। ଏଠାରୁ ହିଁ ସେ ଏକାଦଶ ଶ୍ରେଣୀର ପରୀକ୍ଷା ଦେଇଥିଲେ। ସିଦ୍ଧାନ୍ତ କହିଛନ୍ତି ଯେ, କୋଟାରେ ଶିକ୍ଷାର ଏକ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା। ଏଠାରେ ଶ୍ରେଷ୍ଠ ଛାତ୍ରମାନେ ଅଧ୍ୟୟନ କରିବାକୁ ଆସନ୍ତି। ଲକ୍‌ଡାଉନ୍‌ ସମୟରେ ଶିକ୍ଷକମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। ସିଦ୍ଧାନ୍ତ କହିଛନ୍ତି ଯେ, ସେ ଦଶମ ଶ୍ରେଣୀରେ ୯୮.୪ ପ୍ରତିଶତ ସ୍କୋର କରିଥିଲେ। ସେ NSEJS ପର୍ଯ୍ୟାୟ -୧ ପରୀକ୍ଷାରେ ଅଲ ଇଣ୍ଡିଆ ର୍ୟାଙ୍କ -୧ ହାସଲ କରିଛନ୍ତି।