Odiapua.com

ମୋଦିଙ୍କ ବାୟୋପିକରେ ସଙ୍ଗୀତକାର ଭାବରେ ନିଜ ନାଁ’ ଦେଖି ମୁଁ ଆଶ୍ଚର୍ଯ୍ୟ! : ଜାଭେଦ ଅଖତର

ନୂଆଦିଲ୍ଲୀ:ଗୀତିକାର ଜାଭେଦ ଅଖତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ/ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ”ର ପୋଷ୍ଟରରେ ନିଜ ନାଁ ସଙ୍ଗୀତକାର ଭାବରେ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।ଏ’ନେଇ ଅଖତର “ପିଏମ ନରେନ୍ଦ୍ର ମୋଦୀ”ର ପୋଷ୍ଟର ଟ୍ୱିଟରରେ ସେୟାର କରି ଲେଖିଛନ୍ତି,ଏଥିରେ ଗୀତର କ୍ରେଡିଟରେ ତାଙ୍କ ନାମ ଦିଆ ଯାଇଛି।ଯେତେବେଳେ କି ସେ ଏହି ବାୟୋପିକ ପାଇଁ କୌଣସି ବି ଗୀତ ଲେଖି ନାହାଁନ୍ତି।ଅଖତର ଲେଖିଛନ୍ତି, ଏହି ପୋଷ୍ଟରରେ ନିଜ ନାମ ଦେଖି ମୁଁ ଆଶ୍ଚର୍ଯ୍ୟ।ବୁଧବାର ଦିନ ଫିଲ୍ମଟିର ଟ୍ରେଲର ରିଲିଜ ହୋଇଥିଲା।/ଦେବଦତ୍ତ