Odiapua.com

ଆଗକୁ ଉପନିର୍ବାଚନ, ଟଙ୍କଧରଙ୍କ ଜଙ୍ଘାପୂଜା: ଦେଖନ୍ତୁ ଭିଡିଓ ..

ଭୁବନେଶ୍ୱର/ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ଝାରସୁଗୁଡ଼ା ଉପ- ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଏହା ଭିତରେ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବରେ ଝିଅ ଦୀପାଲି ଦାସ ବିଜେଡି ଟିକେଟ୍ ଆଶାରେ ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି। ଲୋକଙ୍କ ସହିତ ମିଶୁଛନ୍ତି, ସଭା ସମିତି, ପୂଜା ପର୍ବାଣୀ ଆଦିରେ ଯୋଗ ଦେଉଛନ୍ତି। ସେହିପରି ବିଜେପି ପକ୍ଷରୁ ଗତ ଥର ପାର୍ଥି ହୋଇଥିବା ଆଇନଜୀବୀ ଦିନେଶ କୁମାର ଜୈନ ମଧ୍ୟ ସକ୍ରିୟ ହୋଇ ଯାଇଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏଠାରୁ ଟିକେଟ୍ ପାଇବା ଆଶାରେ ସକ୍ରିୟ ହୋଇ ସେ ମଧ୍ୟ ନିର୍ବାଚନ ମଣ୍ଡଳୀର ବୁଲୁଛନ୍ତି। ଲୋକଙ୍କ ସହିତ ମିଶୁଛନ୍ତି, ସଭା ସମିତି, ପୂଜା ପର୍ବାଣୀ ଆଦିରେ ଯୋଗ ଦେଉଛନ୍ତି। ଯାହା ଅନୁମାନ କରାଯାଉଛି ଟିକେଟ୍ ପାଇବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଙ୍କ ଉପରେ ଆଶୀର୍ବାଦ ରହିଛି। ତେବେ, ଏହା ଭିତରେ ଜଙ୍ଘା ଦେବତାଙ୍କ ଆଶୀର୍ବାଦ ଲୋଡିଛନ୍ତି ଟଙ୍କ। ଭାଲୁପତ୍ରା, କିରିମିରା ଠାରେ ଗୋଣ୍ଡ ସମାଜର ଆରାଧ୍ୟ ଜଙ୍ଘା ଦେବତାଙ୍କ ପୂଜାରେ ଯୋଗ ଦେଇ ଆଶୀର୍ବାଦ କାମନା କରିଛନ୍ତି ଟଙ୍କ। ଏହା ସହ ଜଙ୍ଘା ଦେବତାଙ୍କୁ କାନ୍ଧରେ ଧରି ବାଜାର ତାଳେ ତାଳେ ନାଚିଛନ୍ତି ଟଙ୍କଧର।

-/Dev@Dr