Odiapua.com

କ୍ରମାଗତ ଦ୍ୱିତୀୟ ଦିନ ଶୋପିଆନ୍, ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର – ୨୪ ଘଣ୍ଟାରେ ୯ ଆତଙ୍କବାଦୀ ନିପାତ୍

ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୋମବାର ସକାଳେ ଆରମ୍ଭ ହୋଇଥିବା ଅନ୍ୟ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଉ ୪ ଜଣ ଆତଙ୍କବାଦୀଙ୍କୁ ନିପାତ୍ କରିଛନ୍ତି। ଏହିପରି, ଗତ ୨୪ ଘଣ୍ଟା ମଧ୍ୟରେ ଶୋପିଆନ୍ ଜିଲ୍ଲାରେ ସମୁଦାୟ ନଅ ଜଣ ଆତଙ୍କବାଦୀଙ୍କୁ ସଫା କରାଯାଇଛି।

ରବିବାର ଦିନ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହେବା ପରେ ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡରଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।