Odiapua.com

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତପା

ନୂଆଦିଲ୍ଲୀ ୬-୮ (ଓଡିଆ ପୁଅ) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଇସ୍ତଫା ପଠାଇଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସୂତ୍ରରୁ ପ୍ରକାଶ।

ପୁନଶ୍ଚ ବିଭିନ୍ନ ଖବର ଅନୁଯାୟୀ, ମୁର୍ମୁ ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ରାଜୀବ ମେହେରୀଙ୍କ ସ୍ଥାନରେ ପରବର୍ତ୍ତୀ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (CAG) ହେବାକୁ ଯାଉଛନ୍ତି ବୋଲି ଆଶା କରାଯାଉଛି।

ମୁର୍ମୁ ତାଙ୍କ ଇସ୍ତଫାକୁ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି, କିନ୍ତୁ ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଛି କି ନାହିଁ, ତାହା ଜଣାପଡ଼ିନାହିଁ।

ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ ଅନୁଯାୟୀ ନୂତନ ୟୁନିଅନ୍ ଟେରିଟୋରୀ ଗଠନ ହେବାପରେ ଗତ ଅକ୍ଟୋବରରେ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ମୁର୍ମୁ ନିଯୁକ୍ତ ହୋଇଥିଲେ।

ଜିସି ମୁର୍ମୁ ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଏବଂ ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ଥିଲେ।