Odiapua.com

କାଶ୍ମୀରରେ ବିକ୍ଷୋଭ: ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ଏବଂ ଝିଅ ଅଟକ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ଏକ ବିକ୍ଷୋଭ ଦେଖିବାକୁ ମିଳିଛି।ତେବେ ପୋଲିସ ବିକ୍ଷୋଭକାରୀ ମାନଙ୍କୁ ଅଟକ ରଖିଛି।ଅଟକଙ୍କ ମଧ୍ୟରେ ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ସୁରୟା ଅବବ୍ଦୁଲା, ତାଙ୍କ ଝିଅ ସାଫିଆ ଅବବ୍ଦୁଲା ଖାନ ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ଚିଫ୍ ଜଷ୍ଟିସ ବସିର ଅହମ୍ମଦ ଖାନଙ୍କ ପତ୍ନୀ ହାୱା ବସିର ପ୍ରମୁଖ ଅଛନ୍ତି।ବିକ୍ଷୋଭ ପ୍ରଦର୍ଶନରେ ଅଧିକାଂଶ ମହିଳା ଏବଂ ଶିକ୍ଷାବିତ୍ତ ସାମିଲ ଥିଲେ।//ଦେବଦତ୍ତ ରଥ