Odiapua.com

ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?

ତିରୁବନନ୍ତପୁରମ:ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଇଛନ୍ତି ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ!ଘଟଣା ଅନୁଯାୟୀ,୨୨ ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ।ସେଠି ଏପରି କିଛି ଘଟିଲା,ଯାହା ନିଶ୍ଚିତ ଏକ ବଡ଼ ଖବର।ଦୂରଦର୍ଶନ ପତ୍ରକାର ଅଶୋକ ଶ୍ରୀବାସ୍ତବ ଜଗଦୀଶ ଚନ୍ଦ୍ରଙ୍କ ସାପ୍ତାହିକ ପତ୍ରିକାର ତଥ୍ୟ ଆଧାରରେ କହିଛନ୍ତି ଶଙ୍କରାଚାର୍ଯ୍ୟ ରାହୁଲ ଗାନ୍ଧୀ ଏବଂ ସିଦ୍ଧରମେୟାଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ।ଶଙ୍କରାଚାର୍ଯ୍ୟ କହିଲେ, “ଆପଣମାନେ ଏଠାକୁ ଆସିଛନ୍ତି, ଏଥିନେଇ ମୁଁ ଖୁସି।କିନ୍ତୁ, ଆପଣମାନେ ଯେଉଁ କାମ କରୁଛନ୍ତି (ହିନ୍ଦୁ ବିରୋଧୀ), ତା ସତ୍ତ୍ୱେ ମୁଁ ଆପଣଙ୍କୁ ଆଶୀର୍ବାଦ ଦେଇ ପାରିବିନି।”

ସୂଚନା ଅନୁଯାୟୀ, କଂଗ୍ରେସ ହିନ୍ଦୁ ସମୁଦାୟକୁ ଜାତିବାଦରେ ବାଣ୍ଟି ନିଜର ରାଜନୈତିକ ହିତ ସାଧନ କରୁଥିବାକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୁଷ୍ଟ ଅଛନ୍ତି।ଶଙ୍କରାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ଯେଉଁ ଲିଙ୍ଗାୟତ ସମାଜ ବିଗତ ୧୦୦୦ ବର୍ଷ ଧରି ହିନ୍ଦୁ ଧର୍ମର ଅଙ୍ଗ ରହି ଆସିଛି, ତାକୁ ବି ଭାଗଭାଗ କରିବାର କାମ କଂଗ୍ରେସ କରିଛି।ଖବର ଅନୁଯାୟୀ, ଶଙ୍କରାଚାର୍ଯ୍ୟ କହିଥିଲେ, ଆପଣମାନେ ହିନ୍ଦୁ ମାନଙ୍କୁ ଜାତିବାଦ ଭିତରେ ବାଣ୍ଟୁଛନ୍ତି।ଏବଂ ସମାଜକୁ ଭାଙ୍ଗୁଛନ୍ତି।ଶଙ୍କରାଚାର୍ଯ୍ୟ ରାହୁଲଙ୍କୁ କହିଥିଲେ,ଆପଣ ହିନ୍ଦୁ ମାନଙ୍କ ବିରୋଧରେ ଅସ୍ୱୀହା ଭାବ ରଖୁଛନ୍ତି।ଆପଣ ଏଥିରୁ କ୍ଷାନ୍ତ ହେବା ଉଚିତ।ହିନ୍ଦୁ ଧର୍ମ ଭିତରେ ବିଭେଦ ସୃଷ୍ଟି କରିବା କାମ ବନ୍ଦ କରନ୍ତୁ।ସିଦ୍ଧରମେୟାଙ୍କୁ କହିଥିଲେ, ମନ୍ଦିରକୁ ଦାନ ଆକାରରେ ଆସୁଥିବା ରାଶି (ଯାହାକୁ ସରକାର ମ୍ୟାନେଜ କରନ୍ତି) ତାହା ମନ୍ଦିର ସମ୍ବଦ୍ଧିତ କାର୍ଯ୍ୟରେ ଲଗାଯିବା ଉଚିତ।ସେହି ଅର୍ଥକୁ ଅଲଗା ଧର୍ମ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ସ୍ୱୀକାର ନୁହଁ, ଏହା ଭୁଲ।ହିନ୍ଦୁ ମଠ ଏବଂ ମନ୍ଦିରକୁ ଅନାଦାର କର ନାହିଁ।ଜଗତଗୁରୁ ଉଭୟଙ୍କୁ ସିଧାସିଧା କହିଥିଲେ, ଏହା ଭଲ ଯେ, ଆପଣ ଆମ ମଠକୁ ଆସିଲେ।କିନ୍ତୁ, ଯେହେତୁ ଆପଣ ହିନ୍ଦୁ ବିରୋଧୀ ଗତିବିଧିରେ ଲାଗି ଯାଇଛନ୍ତି, ମୁଁ ଆପଣଙ୍କୁ ମୋ ଆଶୀର୍ବାଦ ଦେଉ ନାହିଁ।

https://twitter.com/rameshr64/status/977909875882696704?s=19

ଖବର ଅନୁଯାୟୀ, ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏପରି ଶୁଣି ଉଭୟଙ୍କୁ ଝଟକା ଲାଗିଥିଲା।ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏପରି ବ୍ୟବହାର ସେମାନେ ଆଶା କରିନଥିଲେ।ମଠରୁ ବାହାରିବା ପରେ ରାହୁଲ ଏବଂ ସିଦ୍ଧରମେୟା ଏପରି ବ୍ୟବହାର କରିଥିଲେ, ଯେପରି ସେମିତି କିଛି ହୋଇନି।ବାସ୍ତବରେ ସେମାନେ ଏହି ଘଟଣା ମିଡିଆକୁ କିପରି ନ’ଯାଉ ଚାହୁଁଥିଲେ।କିନ୍ତୁ, ମଠ ଭିତରର ଅଧିକାରୀ ମାନଙ୍କର ଟ୍ୱିଟ ଘଟଣାକୁ ଖୋଲି ଦେଇଛି।//ଦେବଦତ୍ତ