Odiapua.com

ମହାପ୍ରଭୁଙ୍କର ଟଙ୍କା ୟୁନିୟନ ବ୍ୟାଙ୍କରେ ରଖାଯିବ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ୟେସ ବ୍ୟାଙ୍କରେ ରଖାଯାଇଥିବା ଜମା ଟଙ୍କା ଫେରସ୍ତ ଆସିବା ପରେ ଅନ୍ୟ ଯେ କୌଣସି ଜାତୀୟ କରଣ ବ୍ୟାଙ୍କରେ ଟଙ୍କା ରଖାଯିବା ପାଇଁ ଟେଣ୍ଡର କରାଯାଇଥିଲା। ଯିଏ ଅଧିକ ସୁଧ ଦେବେ ସେହି ବ୍ୟାଙ୍କରେ ଟଙ୍କା ଜମା କରାଯିବ ବୋଲି ଉଲେଖ ରହିଥିଲା। ଆଜି ଟେଣ୍ଡର ଖୋଲାଯିବା ପରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମହାପ୍ରଭୁଙ୍କ ଜମା ଟଙ୍କା ଉପରେ ୫.୭୫ ପ୍ରତିଷତ ଦେବେ ବୋଲି ଉଲ୍ଲେଖ କରିଥିଲେ। ସେହି ଅନୁଯାୟୀ ଶ୍ରୀମନ୍ଦରି ପ୍ରଶାସନ ମହାପ୍ରଭୁଙ୍କ ଟଙ୍କା ୩ ବର୍ଷିଆ ସ୍ଥାୟୀ ଜମା ଆକାରରେ ୟୁନିୟନ ବ୍ୟାଙ୍କରେ ରଖାଯିବ ବୋଲି ନିଷ୍ପତି ହୋଇଛି। କିନ୍ତୁ କେତେ ଟଙ୍କା ରଖାଯିବ ତାହା ପରେ ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନୟନ ଅଧିକାରୀ ଅୟକ କୁମାର ଜେନା ସୂଚନା ଦେଇଛନ୍ତି।