Odiapua.com

ଜଘନ୍ୟ କାଣ୍ଡ: ୧୧୦ ଜଣଙ୍କ ମୁଣ୍ଡ କାଟିଦେଲେ, ମହିଳାଙ୍କୁ ଉଠାଇ ନେଲେ !

ନୂଆଦିଲ୍ଲୀ: ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ବୋକୋ ହରାମ ନାଇଜେରିଆରେ ରଚିଛି ନରସଂହାର। ଜାତିସଂଘ ସୂଚନା ମୂତାବକ କଟ୍ଟର ଇସଲାମିକ୍ ସଙ୍ଗଠନ ବୋକୋ ହରାମ ଆତଙ୍କିମାନେ ୧୧୦ ଜଣଙ୍କ ମୁଣ୍ଡ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟାକାରୀ ମାନେ ଧାନ କ୍ଷେତରେ କାମ କରୁଥିବା ଲୋକଙ୍କୁ ହତ୍ୟା କରିଛନ୍ତି। ନିରୀହ ଲୋକଙ୍କୁ ସର୍ବ ସାଧାରଣରେ ହତ୍ୟା କରିବା ପରେ ସେମାନେ ମହିଳା ମାନଙ୍କୁ ଉଠାଇ ନେଇଛନ୍ତି। ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣା ମୁଖ୍ୟ ସହର ମୈଦୁଗୁରି ନିକଟ କୋଶୋବେରେଲ ଘଟିଛି। ପ୍ରଥମେ ମୃତ୍ୟୁ ସଂଖ୍ୟା ୪୩ ବୋଲି କୁହାଯାଉଥିଲା କିନ୍ତୁ, ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀଙ୍କ ଏପରି ଆକ୍ରମଣକୁ ନାଇଜେରିଆରେ ମିଳିତ ଜାତିସଂଘର ମାନବିକ ସଂଯୋଜକ ଏଡୱାର୍ଡ କାଲନ୍ ନିନ୍ଦା କରିଛନ୍ତି। ଏହି ଆକ୍ରମଣକୁ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁଖାରୀ ମଧ୍ୟ ନିନ୍ଦା କରିଛନ୍ତି।

ଅଲ ଜଜିରା ରିପୋର୍ଟ ଅନୁଯାୟୀ, ପ୍ରଥମେ ଶ୍ରମିକଙ୍କୁ ବାନ୍ଧି ଦିଆଯାଇଥିଲା। ପରେ ସେମାନଙ୍କ ଗଳା କାଟି ଦିଆଯାଇଥିଲା। ସମସ୍ତ ମୃତଦେହକୁ ଜବରମାରି ଗ୍ରାମକୁ ନିଆଯାଇଛି। ସେଠାରେ ସେମାନଙ୍କୁ ସମାଧି ଦିଆଯିବ। ସୂଚନା ମୂତାବକ ୨୦୦୯ ପରଠାରୁ ଜିହାଦି ବିବାଦରେ ଏଠାରେ ପ୍ରାୟ ୩୬ ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।
/-@DevDr