Odiapua.com

ଏହା କ’ଣ ପ୍ରମିଳା ବିଶୋଇଙ୍କ ଲେଖା ?

ଭୁବନେଶ୍ୱର: ଆସ୍କା ସାଂସଦ ପ୍ରମିଳା ବିଶୋଇଙ୍କର ଏକ ଲେଖା ବୋଲି ଦାବି କରି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଲେଖାଟି ପ୍ରମିଳା ବିଶୋଇଙ୍କର, ଆଉ ଜଣେ ସାଂସଦ କିପରି ଲେଖନ୍ତି କହି ତାତ୍ସଲ୍ୟ କରାଯାଇଛି।ଲେଖାଟିରୁ କିଛି ସ୍ପଷ୍ଟ ପଢ଼ି ହେଉନଥିଲେ ମଧ୍ୟ ସମ୍ବବତଃ ଚେରମାରିଆ ଅଞ୍ଚଳରେ କୌଣସି ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସେଠାରେ ପିଲା ମାନଙ୍କ ଗୀତ, ନାଚ ଦେଖିବା ଏବଂ ମଧ୍ୟାହ୍ନ ଭୋଜନ ଗରମ ଥିବା ଲେଖା ହୋଇଥିବା ଜଣାପଡ଼ୁଛି।ସୂଚନାଯୋଗ୍ୟ ଯେ ବିଜେଡି ପ୍ରମିଳାଙ୍କୁ ପାର୍ଥି ଘୋଷଣା କଲା ପରେ ବିରୋଧୀ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ସମାଲୋଚନା କରୁଥିଲା।କିନ୍ତୁ, ପ୍ରମିଳା କମ ଶିକ୍ଷିତା ହେଲେ ମଧ୍ୟ ନିଜକୁ ସାମାଜିକ କାମରେ ଜଡ଼ିତ ରଖିଥିଲେ।ଏବଂ ବହୁ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ।ପ୍ରମିଳା ଚେରମାରିଆରେ ମିଶନ ଶକ୍ତିର ଜଣେ ସଦସ୍ୟ ଏବଂ ଚେରମାରିଆ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିଲେ।//ଦେବଦତ୍ତ ରଥ