Odiapua.com

କଣ୍ଡୋମ୍ ନଥିଲା କ୍ୟାବରେ, କଟିଲା ଚାଲାଣ !

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) : କ୍ୟାବ ଡ୍ରାଇବର ପାଖରେ କଣ୍ଡୋମ ନଥିବାରୁ କଟିଲା ଚାଲାଣ। ଶୁଣିଲେ ଆପଣଙ୍କୁ ମଧ୍ୟ ଆଶ୍ଟର୍ଯ୍ୟ ଲାଗୁଥିବ। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଜରିମାନା ସମ୍ବନ୍ଧିତ କିଛି ଏହିପରି ଅଜବ କଥା ଶୁଣିବାକୁ ମିଳୁଛି। ହେଲେ ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ମାମଲା ଦିଲ୍ଲୀର। ଟାଇମ୍ସ ଅଫ ଇଣ୍ଡିଆ ଖବର ମୁତାବକ, କ୍ୟାବ ଡ୍ରାଇଭରର ଗାଡ଼ିର ସବୁ କାଗଜ ଏବଂ ଡ୍ରାଇଭରର ଲାଇସେନ୍ସ ସବୁଠିକ ଥାଇ ମଧ୍ୟ ଚାଲାଣ କଟିଛି କାରଣ ଉକ୍ତ କାରରେ ରଖାଯାଇଥିବା ଫାଷ୍ଟ ଏଡ ବକ୍ସରେ କଣ୍ଡୋମ୍ ନଥିଲା। ନିଶ୍ଟିତ ଭାବରେ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କଣ୍ଡୋମ ରଖିବା ଏପରି କୌଣସି ନିୟମ ନାହିଁ, କିନ୍ତୁ କ୍ୟାବ ଡ୍ରାଇଭରର କହିବା ଅନୁଯାୟୀ ଚାଲାଣରୁ ନିଜକୁ ବଞ୍ଚାଇବା ପାଇଁ କଣ୍ଡୋମ ରଖିବା ଅନିବାର୍ଯ୍ୟ ଅଟେ।

ଖବର ଅନୁସାରେ, ଦିଲ୍ଲୀର ନେଲ୍ସନ ମଣ୍ଡେଲା ମାର୍ଗରେ ଧର୍ମେନ୍ଦ୍ରର ଦୁଇ ଦିନ ପୂର୍ବରୁ ଜଣେ ଟ୍ରାଫିକ ପୋଲିସ ରୋକି ତା’ର ସମସ୍ତ କାଗଜ ଚେକ୍ କରିଥିଲେ। ଗାଡ଼ିରେ ସମସ୍ତ କାଗଜ ଥିବା ସତ୍ତ୍ୱେ ଯେତେବେଳେ କ୍ୟାବ୍ ର ଫାଷ୍ଟ ଏଡ ବକ୍ସ ଦେଖାଗଲା ସେତେବେଳେ ସେଥିରେ କଣ୍ଡୋମ ନଥିଲା। ଏଥିପାଇଁ ଟ୍ରାଫିକ ପୁଲିସ ଡ୍ରାଇଭରର ଚାଲାଣ କାଟିଥିଲେ। କୁହାଯାଉଛି କି ତା’ର ଯେତେବେଳେ ଚାଲାଣର ରସିଦ ମିଳିଲା ସେଥିରେ କଣ୍ଡୋମ ବିଷୟରେ ଲେଖାନଥିଲା ଓଭର ସ୍ପିଡ କାରଣରୁ କଟାଯାଇଥିଲା।

ଦିଲ୍ଲୀର ସର୍ବୋଦୟ ଡ୍ରାଇଭର ଆସୋସିଏସନର ଅଧ୍ୟକ୍ଷ କମଲଜୀତ ଗିଲ କହିଛନ୍ତି ଯେ, ସାର୍ବଜନିକ ବାହନ ପାଇଁ ପ୍ରତ୍ୟେକ ସମୟରେ ଅତି କମରେ ତିନୋଟି କଣ୍ଡୋମ ରଖି ଚାଲିବା ଜରୁରୀ ଅଟେ। ଅବଶ୍ୟ ଅଧିକତମ କ୍ୟାବ ଡ୍ରାଇଭରଙ୍କୁ ଏହା ଜଣାନାହିଁ। କମଲଜୀତ ଗିଲ କହିଛନ୍ତି ଦୁର୍ଘଟଣା ସମୟରେ ରକ୍ତ ପ୍ରବାହକୁ ରୋକିବା ପାଇଁ ଏହା ବହୁତ ସହାୟକ ହୋଇଥାଏ।

ଆଇନ୍ ରେ କଣ୍ଡୋମ୍ ରଖିବାର କୌଣସି ଉଲ୍ଲେଖ ନାହିଁ

ଟ୍ରାଫିକ ପୁଲିସ ମୁତାବିକ, ଏହିପରି କୌଣସି ନିୟମ ନାହିଁ। ଫିଟନେସ ଟେଷ୍ଟ ସମୟରେ ମଧ୍ୟ ଏହା ଉପରେ କୌଣସି ଜାଞ୍ଚ କରାଯାଏ ନାହିଁ। ପୋଲିସ କହିଛି ଯଦି କଣ୍ଡୋମ୍ ନ ରଖିବାକାରଣରୁ କୌଣସି କ୍ୟାବ ଡ୍ରାଇଭରର ଚାଲାଣ ହୋଇଥାଏ ତେବେ ତାକୁ ଏହାର ଅଭିଯୋଗ ଅଥୋରିଟିରେ କରିବା ଆବଶ୍ୟକ।