Odiapua.com

ଆବାସ ଯୋଜନାରେ ଅନିୟମିତତା: ବିଡିଓଙ୍କୁ ସ୍ମାରକପତ୍ର ..

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ବିଜେପି। ବିଜେପି ଜିଲ୍ଲା ସମ୍ପାଦକ ତଥା ଭୁବନେଶ୍ୱର ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଟାଙ୍ଗୀ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ରଘୁନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟନାରାୟଣ ପରିଡ଼ା, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ମଞ୍ଜୁଲତା ଇନ୍ଦ୍ରଜିତ୍, ପୂର୍ବତନ ସରପଞ୍ଚ ମିତ୍ରଭାନୁ ସୁବୁଦ୍ଧି, ଭଗବାନ ସେଠ, ସମରଜିତ ଜେନା, ଆଲୋକ ପଟନାୟକ, ରମେଶ ମହାପାତ୍ର, ଅକ୍ଷୟ ବାରିକ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
-/Dr

ଚାଏ ପେ ଚର୍ଚ୍ଚା, ମନ୍ଦିର ଦର୍ଶନ, ଷ୍ଟେସନ ପରିଦର୍ଶନ: ବ୍ୟାପକ ଅନୁଦାନ ଘୋଷଣା ..