Odiapua.com

ବାଙ୍ଗିରିପୋଷି ଘାଟିରେ ଖସିପଡ଼ିଲା ଲୁହାବୋଝେଇ ଟ୍ରକ୍: ଡ୍ରାଇଭର ମୃତ, ହେଲପର ଗୁରୁତର

ବାରିପଦା ୧୮ ଜୁଲାଇ (ଓଡ଼ିଆ ପୁଅ) : ବାଙ୍ଗିରିପୋଷି ଘାଟିରେ ଏକ ଲୁହାବୋଝେଇ ଟ୍ରକ୍ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଏହା ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାକୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ହେଲପରର ଅବସ୍ଥା ସଙ୍କଟାପର୍ଣ୍ଣଥିବା କୁହାଯାଉଛି। ଏହି ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ କୋଲକାତା ଯାଉଥିଲା ବେଳେ ଏହି ଅଘଟଣ ଘଟିଛି।