Odiapua.com

ରୁପେ ପ୍ଲାଟଫର୍ମରେ, ଆଇଆରସିଟିସି, ଏସବିଆଇ କାର୍ଡ଼, ଲଞ୍ଚ କଲେ କଣ୍ଟାକ୍ଟଲେସ୍ କ୍ରେଡ଼ିଟ କାର୍ଡ଼ – ରେଳବାଇ ଟିକେଟରେ ମିଳିବ ରିହାତି

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ଆଇଆରସିଟିସି ଏବଂ ଏସବିଆଇ କାର୍ଡ ମିଳିତ ଭାବରେ, ରୁପେ ପ୍ଲାଟଫର୍ମରେ ସେମାନଙ୍କର ନୂତନ କୋ-ବ୍ରାଣ୍ଡେଡ୍ କଣ୍ଟାକ୍ଟଲେସ୍ କ୍ରେଡିଟ୍ କାର୍ଡ ଆରମ୍ଭ କରିଛନ୍ତି।

“ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ଆତ୍ମ ନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ’ ତଥା ‘ମେକ୍ ଇନ୍ ଇଣ୍ଡିଆ’ର ମିଶନ ପୂରଣ ଦିଗରେ ଆଉ ଏକ ପଦକ୍ଷେପ” ବୋଲି କେନ୍ଦ୍ର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରକାଶ କରିଛନ୍ତି।

ଶୁକ୍ରବାର ଦିନ ଦେଶର ସେବାରେ ନୂତନ କ୍ରେଡିଟ କାର୍ଡ ଉତ୍ସର୍ଗ କରି, ପୀୟୁଷ ଗୋୟଲ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ସମସ୍ତ କ୍ଷେତ୍ରରେ ରେଳବାଇକୁ ‘ଆତ୍ମ ନିର୍ଭର’ କରିବାକୁ ଆମେ ଦୃଢ଼ ପ୍ରତିବଦ୍ଧ। ରୁପେ (RUPAY) ପ୍ଲାଟଫର୍ମରେ କାର୍ଯ୍ୟ କରୁଥିବା IRCTC SBI କୋ-ବ୍ରାଣ୍ଡେଡ୍ କାର୍ଡ ହେଉଛି ରେଳବାଇ ଦ୍ୱାରା କରାଯାଇଥିବା ଅନେକ “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ”।

ଗ୍ରାହକଙ୍କୁ ଏକ ସୁରକ୍ଷିତ କାରବାର ପରିବେଶ ପ୍ରଦାନ କରିବା ଉଦ୍ଦେଶ୍ୟରେ, ନୂତନ RuPay କ୍ରେଡିଟ୍ କାର୍ଡ “ନିୟର ଫିଲ୍ଡ କମ୍ୟୁନିକେସନ୍ (NFC)” ସହିତ କାର୍ଯ୍ୟକରିବ। (NFC) ଟେକ୍ନୋଲୋଜି ହେଉଛି ଏକ ଟେକ୍ନୋଲୋଜି ଯେଉଁଥିରେ ଉପଭୋକ୍ତାମାନେ POS ମେସିନରେ କାର୍ଡକୁ ସ୍ୱାଇପ୍ ନକରି କେବଳ ମେସିନ୍ ଉପରେ କାର୍ଡ ଟ୍ୟାପ୍ କରି କାରବାରକୁ ତ୍ୱରାନ୍ୱିତ କରିପାରିବେ।

ଅଧିକାଂଶ ସମୟରେ ବାରମ୍ବାର ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ପରିକଳ୍ପିତ, ନୂତନ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ରେଳ ଯାତ୍ରୀମାନଙ୍କୁ ସେମାନଙ୍କ ଭ୍ରମଣରେ ସର୍ବାଧିକ ସଞ୍ଚୟ ପ୍ରସ୍ତାବ ପ୍ରଦାନ କରିଥାଏ। ଭୋଜନ ଏବଂ ମନୋରଞ୍ଜନ ଉପରେ ବିଶେଷ ସୁବିଧା ତଥା କାରବାର ଶୁଳ୍କ ଛାଡ କରିଥାଏ।

ଆଇଆରସିଟିସି ୱେବସାଇଟରେ, ପ୍ରଥମ ଏସି, ୨ୟ ଏସି, ୩ୟ ଏସି, ଚେୟାର କାର ଏବଂ ଏସି ଚେୟାର କାର ବୁକିଂ କଲେ ସେମାନଙ୍କୁ ୧୦% ପର୍ଯ୍ୟନ୍ତ ରିହାତି ମିଳିବ।
ଏହି କାର୍ଡ, ରେଲୱେ ଷ୍ଟେସନରେ ଏକ ବର୍ଷରେ ୪ ଥର ରେଲୱେ ଲାଉଞ୍ଜରେ ମାଗଣା ପ୍ରବେଶ ପ୍ରଦାନ କରିଥାଏ।
ଏହାଛଡ଼ା ଏହି କାର୍ଡ଼ ଟ୍ରାନ୍ସଜାକ୍ସନ୍ ଚାର୍ଜରେ ୧%, ଫୁଏଲ୍ ସରଚାର୍ଜ ୧% ଛାଡ଼ କରିଥାଏ।

କାର୍ଡର ଉପଭୋକ୍ତାମାନେ ସର୍ବନିମ୍ନ ଖର୍ଚ୍ଚ ସହିତ କାର୍ଡ ସକ୍ରିୟ ହେବା ପରେ ୩୫୦ ବୋନସ୍ ପୁରସ୍କାର ପଏଣ୍ଟ ପାଇବେ। ଉପଭୋକ୍ତାମାନେ IRCTC ର ଟିକେଟ୍ ୱେବସାଇଟରେ ଟ୍ରେନ୍ ଟିକେଟ୍ କ୍ରୟ ସମୟରେ ସଂଗୃହିତ ପୁରସ୍କାର ପଏଣ୍ଟଗୁଡିକ ମୁକ୍ତ କରିପାରିବେ।
ରେଳ ଭ୍ରମଣରେ ସଞ୍ଚୟ ବ୍ୟତୀତ, IRCTC SBI କାର୍ଡ ଅନଲାଇନ୍ ସପିଂ ପୋର୍ଟାଲ ପାଇଁ ଅନେକ ସୁବିଧା ପ୍ରଦାନ କରେ।
ଇ-କମର୍ସ ସାଇଟରେ ସପିଂ କରିବା ସମୟରେ ଗ୍ରାହକ ରିହାତି ପାଇପାରିବେ।

RuPay ର ବଢ଼ୁଥିବା ବଜାର ଅଂଶ ଏବଂ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବା ସହିତ, RuPay ଚାଳିତ IRCTC SBI କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ RuPay ଉପଭୋକ୍ତାମାନଙ୍କୁ ଏକ ମନୋରମ ସପିଂ ଅଭିଜ୍ଞତା ପ୍ରଦାନ କରିବାର ଆଉ ଏକ ପଦକ୍ଷେପ।

ନୂତନ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ମିଳିତ ଭାବରେ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ IRCTC, SBI କାର୍ଡ ଏବଂ RuPay ର ପ୍ରତିବଦ୍ଧତାକୁ ପ୍ରମାଣିତ କରେ ଏବଂ ରେଳ ଯାତ୍ରୀମାନଙ୍କ ପାଇଁ ଏକ ନିରାପଦ, ସୁବିଧାଜନକ ତଥା ଉନ୍ନତ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।