Odiapua.com

ଗଞ୍ଜାମ ସିଲ୍‌କ ସିଟି ବସ୍ ବିଦ୍ୟୁତ୍‌ଜନିତ ମୃତ୍ୟୁ ଘଟଣା ପ୍ରସଙ୍ଗ ପିସିସି ଗଠନ କଲା ତଥ୍ୟ ଅନୁସନ୍ଧାନ କମିଟି

ଭୁବନେଶ୍ୱର – ୧୨.୨ (ଓଡ଼ିଆ ପୁଅ) – ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଡଙ୍କଲପାଡୁ ଗାଁରେ ସିଲ୍‌କ ସିଟି ବସ୍‌ରେ ୧୧ କେଭି କରେଂଟ ଲାଗି ୧୦ ଜଣ ନିରୀହ ଯାତ୍ରୀଙ୍କ ମୃତ୍ୟୁ ଓ ଗୁରୁତର ଆହତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ, ମୃତକଙ୍କ ପରିବାରବର୍ଗଙ୍କୁ ସାକ୍ଷାତ ଓ ଏହାର ସବିଶେଷ ବିବରଣୀ ପ୍ରଦାନ ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି।

ଉକ୍ତ କମିଟିରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଜେନା ଅଧ୍ୟକ୍ଷ ଥିବା ବେଳେ ଡ. ତ୍ରିନାଥ ବେହେରା, ଶମ୍ଭୁନାଥ ପାଣିଗ୍ରାହୀ, ପୀତବାସ ପଣ୍ଡା, ସ୍ୱରୂପା ତ୍ରିପାଠୀ ସଦସ୍ୟ ରହିଛନ୍ତି ଓ ଶ୍ରୀଯୁକ୍ତ ବିସ୍ମୟ ମହାପାତ୍ର ଉକ୍ତ କମିଟିର ଆବାହକ ରହିଛନ୍ତି। କମିଟି ଆସନ୍ତା କାଲି ତା ୧୩.୨.୨୦୨୦ ରିଖ ଗୁରୁବାର ଦିନ ଘଟଣାସ୍ଥଳ ପରିଦର୍ଶନ କରି ଏହାର ସବିଶେଷ ତଥ୍ୟ ଯଥାଶୀଘ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।