Odiapua.com

ଆର.ଏସ୍‌.ପିର ମୃତ୍ୟୁ ଠିକା ଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ

ଭୁବନେଶ୍ୱର : ୦୭.୦୧ (ଓଡ଼ିଆ ପୁଅ) : ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ୍‌ରେ ମୃତ୍ୟୁବରଣ କରିଥିବା ଷ୍ଟାର କନ୍‌ଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାରେ ଅନେକ ଦିନ ଧରି କାମ କରୁଥିବା ୪ ଜଣ ଠିକା ଶ୍ରମିକ (୧) ବ୍ରହ୍ମାନନ୍ଦ ପଣ୍ଡା, (୨) ଅଭିମନ୍ୟୁ ସା, (୩) ରବିନ୍ଦ୍ର ସାହୁ, (୪) ଗଣେଶ ଚନ୍ଦ୍ର ପହି ଙ୍କର ମୃତ୍ୟୁ ଘଟଣାର ଏକ ନିରପକ୍ଷ ତଦନ୍ତ କରି ଦୋଷିମାନଙ୍କୁ ଏକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନଙ୍କ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି। ଏହା ସହିତ ମୃତ୍ୟୁ ଠିକା ଶ୍ରମିକମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହିତ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଦାବି କରାଯାଇଛି। ଏଠି କୋଲ୍ କେମିକାଲ ଅଂଚଳରେ ଠିକା ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେବା ଲାଗି ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶଙ୍କୁ କଂପାମୀ କର୍ତ୍ୟୁପକ୍ଷ ଅବମାନନା କରି ଠିକା ଶ୍ରମିକମାନଙ୍କୁ ଏହି ଅଂଚଳରେ କାମରେ ଲଗାଇବା କୋର୍ଟଙ୍କ ନିର୍ଦ୍ଦେଶକୁ ବେପାରୁଆ ମନଭାବ ବୋଲି ସ୍ପଷ୍ଟ ମନେ ହେଉଛି। ଏହା ସହିତ ରାଉରକେଲା ଷ୍ଟିଲ ପ୍ଲାଂଟର ବହୁବର୍ଷ ଧରି ସୁରକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ବୋଲି ମତ ପ୍ରକାଶ ପାଇଛି। ତୁରନ୍ତ ରାଉରକେଲା ଷ୍ଟିଲ୍‌ପ୍ଲାଂଟରେ ଶ୍ରମିକମାନଙ୍କ ନିରାପତା ଯୋଗାଇ ଦେବା ଲାଗି ମନେ ହେଉଛି। ଶ୍ରମିକ ନେତାମାନେ ଦାବି କରିଛନ୍ତି। ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ, ଏ.ଆଇ.ଟି.ୟୁ.ସିର ରାମକୃଷ୍ଣ ପଣ୍ଡା, ଏ.ଆଇ.ୟୁ.ଟି.ୟୁ.ସିର ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟ.ୟୁ.ର ସାଧାରଣ ସଂପାଦକ ମହେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।