Odiapua.com

ଆଜି ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ – ଜାଣନ୍ତୁ କ’ଣ ଏହାର ଇତିହାସ – କ’ଣ ପାଇଁ ପାଳନ କରାଯାଇଥାଏ

ନୂଆ ଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) ଆଜି ସମ୍ପୂର୍ଣ୍ଣ ଦୁନିଆରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଉଛି। ୧୯ ନଭେମ୍ବର ଅର୍ଥାତ୍ ଆଜିର ଦିନରେ ସମଗ୍ର ଦୁନିଆରେ ୬୦ଟି ଦେଶରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଉଛି। ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଭାରତରେ ୨୦୦୭ ରେ ପାଳନ କରାଯାଇଥିଲା। ଅବଶ୍ୟ ଏହି ବର୍ଷ ପୁରୁଷମାନଙ୍କର ଅଧିକାର ପାଇଁ ଲଢ଼ୁଥିବା ସଂସ୍ଥା ‘ସେଭ୍ ଇଣ୍ଡିଆନ୍ ଫ୍ୟାମିଲି’ ପ୍ରଥମ ଥର ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ଭାରତରେ ପାଳନ କରିଥିଲା।

ମହିଳା ଦିବସ ଭାବରେ ଏହି ଦିନ ମଧ୍ୟ ଏହାର ବିଶେଷ ମହତ୍ଵ ରହିଛି। ଏହି ଦିନ ମୁଖ୍ୟ ରୂପରେ ପୁରୁଷମାନଙ୍କୁ ଭେଦଭାବ, ଶୋଷଣ, ଉତ୍ପୀଡ଼ନ, ହିଂସା ଏବଂ ଅସମାନତାରୁ ବଞ୍ଚାଇବା ଏବଂ ତାଙ୍କୁ ତାଙ୍କର ଅଧିକାର ଦେବାପାଇଁ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିନର ଏକ ବିଶେଷ ଥିମ ଥାଏ। ଚଳିତ ବର୍ଷର ଥିମ ହେଉଛି, “ମେକିଙ୍ଗ ଅପ୍ ଡିଫରେନ୍ସ ଫର ମେନ ଆଣ୍ଡ ବୟେଜ.”

କ’ଣ ଇତିହାସ –

ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପ୍ରତ୍ୟେକ ବର୍ଷ ୧୯ ନଭେମ୍ବରରେ ପାଳନ କରାଯାଇଥାଏ। ଏହାର ପ୍ରାରମ୍ଭ ୭ ଫେବ୍ରୁଆରୀ ୧୯୯୨ ରେ ଥମାସ ଓଷ୍ଟରଙ୍କ ଦ୍ଵାରା କରାଯାଇଥିଲା। ଅନ୍ତର୍ରାଷ୍ଟ୍ରୀଯ ପୁରୁଷ ଦିବସ ବିଷୟରେ ଥମାସ ଓଷ୍ଟର ଏକ ବର୍ଷ ପୂର୍ବରୁ ୮ ଫେବ୍ରୁଆରୀ ୧୯୯୧ ରେ ହିଁ ଭାବିଥିଲେ। ତା’ ପରେ ୧୯୯୯ ରେ ଏହି ପରିଯୋଜନା କୁ ତ୍ରିନିଡାଡ ଏବଂ ଟବାଗୋରେ ଆରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଏହା ପ୍ରଚଳିତ ହୋଇଆସୁଛି। ଭାରତରେ ପ୍ରଥମ ଥର ୨୦୦୭ ରେ ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଇଥିଲା। ଅବଶ୍ୟ ପୂର୍ବରୁ ୮ ମାର୍ଚ୍ଚ ୧୯୨୩ ରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏପରି କୌଣସି ଏକ ଦିନ ଏହାର ଆବଶ୍ୟକତା ପୁରୁଷମାନଙ୍କପାଇଁ ମଧ୍ୟ ଅନୁଭବ ହୋଇଥିଲା। ଏହି ଦିନ ପାଳନ କରିବା ପଛରେ ଏକ ବଡ଼ କାରଣ ଲୈଙ୍ଗିକ ସମାନତାକୁ ବୃଦ୍ଧି କରିବା ମଧ୍ୟ ଥିଲା।