Odiapua.com

International Bikini Day : ଆଜି ଅନ୍ତରାଷ୍ଟ୍ରୀୟ ବିକିନି ଦିବସ: ଜାଣନ୍ତୁ କିଏ, କେବେ ଏବଂ କାହିଁକି ବିକିନି ଜିଜାଇନ୍ କରିଥିଲେ – ଏହାର ନାମ କାହିଁ କି ବିକିନୀ ହେଲା?

ନୂଆ ଦିଲ୍ଲୀ ୫ ଜୁଲାଇ (ଓଡ଼ିଆ ପୁଅ) ପ୍ରତ୍ୟେକ ବର୍ଷ ୫ ଜୁଲାଇରେ ଅନ୍ତର୍ରାଷ୍ଟ୍ରୀୟ ବିକିନୀ ଦିବସ (International Bikini Day) ମନାଯାଇଥାଏ। ଗ୍ଲାମର ଇଣ୍ଡଷ୍ଟ୍ରିର ଅଭିନେତ୍ରାମାନେ ଅନେକ ଥର ଫିଲ୍ମୀ ପରଦା ଉପରେ ବିକନୀ (Bikini) ରେ ନିଜର ଗ୍ଲାମର ଦେଖାଉଛନ୍ତି। କିନ୍ତୁ ଆଜିର ଯୁବ ପୀଢ଼ୀ ପାଇଁ ମଧ୍ୟ ବିକିନୀ ଏକ ଫେସନ ଷ୍ଟେଟମେଣ୍ଟ (Fashion Statement) ବନି ଗଲାଣି। ଅନେକ ଅଭିନେତ୍ରୀ ଏବଂ ମଡ଼େଲ୍ସ ମଧ୍ୟ ବିକିନୀରେ ଫଟୋଶୁଟ କରାଇଥାନ୍ତି। ଯେଉଁମାନଙ୍କୁ ଅଧିକ ପସନ୍ଦ ମଧ୍ୟ କରାଯାଉଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ବିକିନୀ ପିନ୍ଧିବାର ପ୍ରାରମ୍ଭ କିପରି ହୋଇଥିଲା ଏବଂ ପ୍ରଥମ ଥର ବିକିନୀ ଡିଜାଇନ କିଏ କରିଥିଲେ।

ଲୁଈସ ଲେଅର୍ଦ ବିକନୀ ଡିଜାଇନ କରିଥିଲେ

ଯଦି ଆପଣ ଭାବୁଥାନ୍ତି କି କୌଣସି ଫେସନ ଡିଜାଇନର ହିଁ ବିକିନୀ ଡିଜାଇନ କରିଥିବେ ବୋଲି ତେବେ ଆପଣ ଭ୍ରମରେ ଅଛନ୍ତି। କାରଣ ଏହାର ଶ୍ରେୟ କୌଣସି ଫେସନ ଡିଜାଇନରକୁ ନୁହେଁ କିନ୍ତୁ ଫ୍ରାନ୍ସର ଲୁଇସ ଲେଅର୍ଦ ନାମକ ଇଞ୍ଜୀନିୟରଙ୍କୁ ଯାଉଛି। ପ୍ରଥମ ଥର ୫ ଜୁଲାଇ ୧୯୪୬ ରେ ବିକିନୀ ବନାଯାଇଥିଲା ଏବଂ ଏହୀ କାରଣରୁ ୫ ଜୁଲାଇରେ ସମଗ୍ର ଦୁନିଆରେ ଅନ୍ତର୍ରାଷ୍ଟ୍ରୀୟ ବିକିନୀ ଦିବସ ମନାଯାଇଥାଏ।

ବିକିନୀ ନାମ କାହିଁକି?

ଯୁବ ମହିଳାମାନଙ୍କର ଫେସନ ଷ୍ଟେଟମେଣ୍ଟ ଭାବରେ ପରିଚିତ ବିକିନୀର ନାମ ପଛରେ ମଧ୍ୟ ଏକ ଭଲ କାହାଣୀ ଅଛି। ପ୍ରଥମ ଥର ଯେଉଁ ଜାଗାରେ ବିକିନୀ ବନାଯାଇଥିଲା, ସେହି ଜାଗାର ନାମ ବିକିନୀ ଅଟୋଲ ଥିଲା। ଯାହାକି କି ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ସେହି ସମୟରେ ଏହି ଜାଗାରେ ଆମେରିକାର ନ୍ୟୁକ୍ଲିୟର ଆଟମ ଏବଂ ହତିଆରର ପରୀକ୍ଷଣ କରାଯାଉଥିଲା। ମାନାଯାଉଛି କି ଏହି ସ୍ଥାନ କାରଣରୁ ରେ ହିଁ ଏହାର ନାମ ବିକିନୀ ରଖାଯାଇଥିଲା।

ଡାନ୍ସର ମିସେଲାଇନ କରିଥିଲେ ଏହାର ବିଜ୍ଞାପନ

ବିକିନୀକୁ ଜିଡାଇନ୍ ଏବଂ ବନାଗଲା ପରେ ବହୁତ ସମୟ ପର୍ଯ୍ୟନ୍ତ ଏହାର କୌଣସି ପ୍ରଚାର ହୋଇପାରିନଥିଲା। କାରଣ ବିକିନୀର ବିଜ୍ଞାପନ କରିବା ପାଇଁ କୌଣସି ମଡ଼େଡ ପ୍ରସ୍ତୁତ ନଥିଲେ, କିନ୍ତୁ କିଛି ସମୟ ପରେ ୧୯ ବର୍ଷର ମିଶେଲାଇନ ନାମକ ଜଣେ ଡାନ୍ସର ତା’ର ବିଜ୍ଞାପନ ପାଇଁ ରାଜି ହୋଇଥିଲେ।

ସୂଚନାଯୋଗ୍ୟଯେ, ଏପରିକି ସ୍ପେନ ଏବଂ ଇଟାଲିରେ ବିକିନୀ ଉପରେ ପ୍ରତିବନ୍ଧ ଲଗାଯାଇଥିଲା। ଅବଶ୍ୟ କିଛି ସମୟ ପରେ ଏହି ବ୍ୟାନକୁ ହଟାଯାଇଥିଲା। ତା’ ପରେ ଧୀରେ-ଧୀରେ ଆମେରିକାର ବଜାରରେ ବିକିନୀ ନିଜର ପ୍ରସିଦ୍ଧି ଲାଭ କଲା ଏବଂ ଜୋରରେ ବଢ଼ିବାରେ ଲାଗିଲା। ତେବେ ଚାଲନ୍ତୁ ଦେଖିବା ବିକିନୀରେ କେଉଁମାନେ…