ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିମାନେ ଚାଇନା ସହିତ ସଂଯୁକ୍ତ ୫୨ଟି ମୋବାଇଲ୍ ଆପ୍ଲିକେସନ୍କୁ ଅବରୋଧ କରିବାକୁ କିମ୍ବା ଲୋକଙ୍କୁ ବ୍ୟବହାର ନକରିବାକୁ ପରାମର୍ଶ ଦେବାକୁ ସରକାରଙ୍କୁ କହିଛନ୍ତି। ଏହି ଆପ୍ ଗୁଡ଼ିକ ବ୍ୟବହାର କରିବା ସୁରକ୍ଷିତ ନୁହେଁ, କାରଣ ଏହି ଆପଗୁଡ଼ିକ ଭାରତରୁ ବହୁ ପରିମାଣରେ ତଥ୍ୟ ଲିକ୍ କରୁଛନ୍ତି ବୋଲି କହିଛନ୍ତି ସୁରକ୍ଷା ଏଜେନ୍ସି। ସୁରକ୍ଷା ଏଜେନ୍ସି ସରକାରଙ୍କୁ ପଠାଇଥିବା ତାଲିକାରେ ଭିଡିଓ କନ୍ଫରେନ୍ସିଂ ଆପ୍ ଜୁମ୍, ଟିକଟକ୍, ୟୁସି ବ୍ରାଉଜର, ଏକ୍ସଣ୍ଡର୍, ସେୟାର୍ ଇଟ୍ ଏବଂ କ୍ଲିନ୍ ମାଷ୍ଟର ଭଳି ଆପ୍ ଅନ୍ତର୍ଭୁକ୍ତ। ଗୁପ୍ତଚର ଏଜେନ୍ସି ଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ମଧ୍ୟ ସମର୍ଥନ କରିଛନ୍ତି। ସୁରକ୍ଷା ପରିଷଦ ମଧ୍ୟ ବିଶ୍ୱାସ କରେ ଯେ ଏହି ଆପ ଗୁଡ଼ିକ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ସୂଚନା ମୁତାବକ, ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ସମସ୍ତ ମୋବାଇଲ୍ ଆପ୍ ଗୁଡ଼ିକର ଏବଂ ଏଥିରେ ଥିବା ବିପଦର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।
ଚଳିତ ବର୍ଷ ଏପ୍ରିଲରେ ଗୃହ ମନ୍ତ୍ରଣାଳୟ ଭିଡିଓ କନ୍ଫରେନ୍ସିଂ ଆପ୍ ଜୁମ୍ ବ୍ୟବହାର ଉପରେ ଏକ ଆଡଭାଇଜର୍ ଜାରି କରିଥିଲା। ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି କମ୍ପ୍ୟୁଟର ଜରୁରୀକାଳୀନ ରେସପନ୍ସ ଟିମ୍ ଇଣ୍ଡିଆ (CERT-in) ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଥିଲା। ସରକାର ଜୁମ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରଥମ ଦେଶ ନୁହେଁ। ଏହା ପୂର୍ବରୁ ତାଇୱାନ ମଧ୍ୟ ସରକାରୀ ଏଜେନ୍ସି ଗୁଡ଼ିକୁ ଜୁମ୍ ଆପ୍ ବ୍ୟବହାର କରିବାକୁ ବାରଣ କରିଥିଲା। ଜର୍ମାନୀ ଏବଂ ଆମେରିକା ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି। ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଉପରେ କମ୍ପାନୀ ପ୍ରତିକ୍ରିୟା ପ୍ରକାଶ କରି ବ୍ୟବହାରକାରୀଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ବୋଲି କହିଛି।
ସନ୍ଦେହ ଘେରରେ ରହିଛି ଏହି ସବୁ ଆପ୍ –
WeChat, SHAREit, UC News, UC Browser
BeautyPlus, Xender, ClubFactory, Helo, LIKE
Kwai, ROMWE, SHEIN, NewsDog, Photo Wonder
APUS Browser, VivaVideo- QU Video Inc
Perfect Corp, CM Browser, Virus Cleaner (Hi Security Lab)
Mi Community, DU recorder, YouCam Makeup
Mi Store, 360 Security, DU Battery Saver, DU Browser
DU Cleaner, DU Privacy, Clean Master – Cheetah
CacheClear DU apps studio, Baidu Translate, Baidu Map
Wonder Camera, ES File Explorer, QQ International
QQ Launcher, QQ Security Centre, QQ Player, QQ Music
QQ Mail, QQ NewsFeed, WeSync, SelfieCity, Clash of Kings
Mail Master, Mi Video call-Xiaomi, Parallel Space
/-ଦେବଦତ୍ତ ରଥ