Odiapua.com

ମୋଦିଙ୍କୁ ଗାଳି: ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍ ଦେଲେ ବିଜେପି ନେତ୍ରୀ ..

ଭୁବନେଶ୍ୱର: ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଛନ୍ତି ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅତି ଅଶାଳୀନ ଭାବରେ ମନ୍ତବ୍ୟ ଦେବା ତଥା ଚା’ ବିକାଳୀ ମାନଙ୍କର ଜୀବିକାକୁ ଉପହାସ କରିବା ନେଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜଟଣୀ ଥାନାରେ ଏଫ୍ଆଇଆର୍ ଏଫଆଇଆର ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ। ଭାରତୀୟ ସମ୍ବିଧାନରେ ବାକ୍ ସ୍ୱାଧୀନତା ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଏହାର ଦୁରୂପଯୋଗ କରି ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବାରମ୍ବାର ସର୍ବସମ୍ମୁଖରେ ଏବଂ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଓ ଅପଶବ୍ଦ ପ୍ରୋୟାଗ କରି ଗାଳି କରିବା ସହିତ ଚା’ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଏବଂ ଏହି ପେଷାଧାରୀ ଜନସମୂହ, ଯେଉଁମାନେ କି ନିଜ ବୃତ୍ତିକୁ ଶ୍ରେଷ୍ଠ ଭାବି ସ୍ୱାଭିମାନର ସହିତ ବଞ୍ଚୁଥିବା ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରି ସେମାନଙ୍କ ମାନବାଧିକାର କ୍ଷୁର୍ଣ୍ଣ କରିଛନ୍ତି। ଏହାର ତଦନ୍ତ କରାଯାଇ ମାନ୍ୟବର ବିଧାୟକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଦେଶରେ ନିଜ କର୍ମ ସହିତ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। କର୍ମକୁ ଆକ୍ଷେପ କରି କାହାକୁ ନୀଚା ଦେଖେଇବାର ଅଧିକାର ଆମ ସମ୍ବିଧାନ କୌଣସି ଜନପ୍ରତିନିଧିଙ୍କୁ ଦେଇନାହିଁ। ଏହାର ତଦନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ରଶ୍ମିମୟୀ ତାଙ୍କ ଏଫ୍ଆଇଆରରେ ଉଲ୍ଲେଖ କରିଛନ୍ତି। ରଶ୍ମିମୟୀ ପଟ୍ଟନାୟକଙ୍କ ନେତୃତ୍ୱରେ କନକ ମଞ୍ଜରୀ ପ୍ରଧାନ, କୋଶଲ୍ୟା କାଞ୍ଜିଲାଲ, ସୁମିତ୍ରା ମହାପାତ୍ର, ରଙ୍କନିଧି ମୁଦୁଲି, ରବିନ କୁଣ୍ଡୁ, ରାଜକିଶୋର ରଣସିଂହ ପ୍ରମୂଖ ଜଟଣୀ ଥାନାକୁ ଯାଇ ଏହି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜେପି, ମୋଦି, ଅମିତ ଶାହାଙ୍କୁ ଭିଭିନ୍ନ ସମୟରେ ଗାଳି କରି ହା .. ଥୁ .. କହି ଛେପ ପକାଉଥିବା କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏବେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସିଧାସଳଖ ଭାବରେ ଅନେକ ଗୁଡ଼ିଏ ଅରୁଚିକର ମନ୍ତବ୍ୟ ଦେଇ ଗାଳି କରିଥିଲେ। ମୋଦିଙ୍କ ଉଦ୍ଦେଶ୍ୟରେ ତୁ .. ତା .. କରି ଛୋଟ ପ୍ରଧାନମନ୍ତ୍ରୀ, ଅଲାଜୁକ ପ୍ରଧାନମନ୍ତ୍ରୀ, ମିନ୍ ମାଇଣ୍ଡ ପ୍ରଧାନମନ୍ତ୍ରୀ ଚିନି, ଚାମଚ ଘାଣ୍ଟି ଚା’ ଦେବା ଲୋକ, ହାତରୁ ବିଣ୍ଡି ଯାଇନି, ଏଡ଼େ ଛୋଟ ଲୋକ ତୁ .. କ’ଣ କରିଛୁ ବେ ଭାରତ ପାଇଁ? ତୋର ଦାନ କ’ଣ ବେ ଚା’ ବିକିବା ଲୋକ ତୁ? ହଇରେ ଚା’ ଦୋକାନୀ, କୃତଘ୍ନ, ଦେଶଦ୍ରୋହୀ, ଆବେ କୋଉ ଲୋକ ତୁ ବେ.. ଛୋଟ ଲୋକଟା ତୁ ବେ.. ପିଅନଠୁ ହୀନ.. ଏପରି କେତେ କଣ ଗାଳି ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ ସୁର ରାଉତରାୟ।
-@Dr