Odiapua.com

ମେଳଣ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲା ପ୍ରଶାସନ କଟକଣା ଉଲଘଂନ କରି ବୀରହରେକୃଷ୍ଣପୁର ଗ୍ରାମରେ ଠାକୁରଙ୍କ ମେଳଣ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି। ସେଥିରେ ବହୁଲୋକଙ୍କ ସମାଗମ ହୋଇଥିବାରୁ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଦର ଥାନା ଇନ୍ସପେକ୍ଟର ପୁରୀ ତହସିଲଦାର ଆଶିଷ ରଞନ ସାହୁ ଚିଠି ଲେଖିଛନ୍ତି। ଗ୍ରାମର କେତେକ ବ୍ୟକ୍ତିକରୋନା ସତର୍କତା ବ୍ୟବସ୍ଥାକୁ ବେଖାତିର କରିଥିବା ସେଥିରେ ଉଲେଖ କରାଯାଇଛି। ଜିଲାର ସମସ୍ତ ସାମାଜିକ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରଶାସନ ପକ୍ଷରୁ ଗତ ୧୫ ବତାରିଖ ଦିନ ନିଷେଧାଦେଶ ଜାରି କରାଯାଇଥିଲା। ପିପିଲି ହରିରାଜପୁର ମେଳଣରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ପୁରୀ ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମରେ ପ୍ରଶାସନିକ କଟକଣା ଉଲଘଂନ କରାଯାଇଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ତାହାକୁ ଗୁରୁତର ଭାବେ ଗ୍ରହଣ କରିଛି। ଜିଲାପାଳ ବଲଓନ୍ତ ସିଂହଙ୍କ ନିର୍ଦେଶ ଅନୁଯାୟୀ ତହସିଲଦାର ଶ୍ରୀ ସାହୁ ଶୁକ୍ରବାର ପତ୍ର ସଂଖ୍ୟା ୨୫୨୨ ତା ୨୦.୦୩.୨୦୨୦ ଯୋଗେ ସଦର ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ବୀରହରେକୃଷ୍ଣପୁର ମେଳଣରେ ଜନସମାଗମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କଟକଣା ଉଲଘଂନକାରୀଙ୍କ ବିରୋଧରେ କଡା ନଜର ରଖିବାକୁ ଜିଲାର ସବୁ ତସହିଲଦାର ଏବଂ ପୁଲିସ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।