Odiapua.com

ଦୋଷା କରିବାର ଅନନ୍ୟ କୌଷଳ – ବୋଧ ହୁଏ ରୋବର୍ଟ ଫେଲ ମାରିବ, ଆନନ୍ଦ୍ର ମହିନ୍ଦ୍ରା ଏହାକୁ ଦେଖି ଦେଖି ଥକିଗଲେ, କହିଲେ ଭୋକ ଲାଗୁଛି

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ ଟ୍ୱିଟରରେ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଦୋଷା ଏତେ ସ୍ପିଡ୍‌ରେ ବନାଉଛନ୍ତିଯେ, ତାକୁ ଦେଖି ଲୋକେ ଅନେଇ ରହିଯାଉଛନ୍ତି। ଟ୍ୱିଟରରେ ଏହି ଭିଡ଼ିଓ ଏବେ ବହୁତ ବେଶ୍ ସେୟାର ହେଉଛି।

ଆପଣ ଜାଣନ୍ତିଯେ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ରୋମାଞ୍ଚକର ଫଟୋ କିମ୍ବା ଭିଡ଼ିଓ ସେୟାର କରନ୍ତି। ସମ୍ପ୍ରତି ସେ ଆଉ ଏକ ଟୁଇଟ୍ କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଟ୍ୱିଟକୁ ବହୁତ ଉପଭୋଗ କରୁଛନ୍ତି। ଏଥର ସେ ଜଣେ ବ୍ୟକ୍ତିଙ୍କର ଦୋଷା ବନାଇବାର କୌଷଳ ସେୟାର କରିଛନ୍ତି। ଏହାକୁ ଦେଖି ଲାଗୁଛିଯେ, ବୋଧ ହୁଏ ରୋବର୍ଟ ଫେଲ ମାରିବ। ବାରମ୍ବାର ଆନନ୍ଦ୍ର ମହିନ୍ଦ୍ରା ଏହାକୁ ଦେଖୁଛନ୍ତି, କହିଲେ ଭୋକ ବି ଲାଗୁଛି।

ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, “ଏହି ଭଦ୍ରଲୋକ ରୋବଟକୁ ବି ପଛରେ ପକାଇଦେବ, … ମୁଁ ତାଙ୍କୁ ଦେଖି ଦେଖି ଥକି ଗଲିଣି … ଏବଂ ଭୋକ ଲାଗିବ, ଅବଶ୍ୟ ..”