Odiapua.com

ଭାରତର ହର୍‌ନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ହେଲେ, ୨୧ ବର୍ଷ ପରେ ଭାରତକୁ ମିଳିଲା ମିସ୍ ୟୁନିଭର୍ସ

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଭାରତର ହର୍ନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ହୋଇଛନ୍ତି। ୨୧ ବର୍ଷ ପରେ ଭାରତ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛି। ୨୦୦୦ ମସିହାରେ, ଲାରା ଦତ୍ତା ମିସ୍ ୟୁନିଭର୍ସ ହୋଇଥିଲେ।

ଭାରତର ଚଣ୍ଡିଗଡ଼ର ହରନାଜ୍ ସାନ୍ଧୁ ୭୦ ତମ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଏବଂ ପ୍ରାୟ ୮୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୃତିତ୍ତ୍ୱ ଅର୍ଜନ କରିଛନ୍ତି।

ଏପର୍ଯ୍ୟନ୍ତ ଭାରତ ୧୯୯୪ ରେ ସୁସ୍ମିତା ସେନ୍ ଏବଂ ୨୦୦୦ ରେ ଲାରା ଦତ୍ତାଙ୍କ ସହ ଦୁଇଥର ଏହି ମୁକୁଟ ପିନ୍ଧିବା ପରେ ହରନାଜ୍ ହେଲେ ତୃତୀୟ ଭାରତୀୟ ସୁନ୍ଦରୀ।

ପଞ୍ଜାବର ୨୧ ବର୍ଷ ବୟସରେ ହରନାଜ୍ ସାନ୍ଧୁ ଏହି ଟାଇଟଲ୍ ଜିତିଛନ୍ତି।

https://twitter.com/MissUniverse/status/1470227063789563907