Odiapua.com

ଭାରତରେ ହେବ ପ୍ରଥମ ପାଡ଼ ପ୍ରତିଯୋଗିତା; ଭାଗ ନେବା ପାଇଁ କରନ୍ତୁ ରେଜିଷ୍ଟେସନ

ନୂଆଦିଲ୍ଲୀ: ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ।କିନ୍ତୁ ଏହା ସତ୍ୟ।ଭାରତରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ପାଡ଼ ପ୍ରତିଯୋଗିତା।ଗୁଜୁରାଟର ସୁରଟ ସହରରେ ଏହି ପ୍ରତିଯୋଗିତା ହେବ।ଏହାର ନାମ “ଡବ୍ଲ୍ୟୁଟିଏଫ – ହ୍ଵାଟ୍ ଦ ଫାର୍ଟ” ନାଁ ଦିଆଯାଇଛି।ସୁରଟ ଅଞ୍ଚଳର ୟତିମ ସଙ୍ଗୋଇ ଏବଂ ମୁଲ ସାଙ୍ଗଭୀ ଏହାର ଆୟୋଜନ କରୁଛନ୍ତି।ଏଥିରେ ଭାରତର ସର୍ବଶ୍ରେଷ୍ଠ ଫାର୍ଟିଷ୍ଟ (ପାଡ଼ୁଆ)ଙ୍କୁ ପୁରସ୍କୃତ କରାଯିବ।ସେପ୍ଟେମ୍ବର ୨୩ ତାରିଖରେ ଏହି ପ୍ରତିଯୋଗିତା ହେବ।ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଡ଼ ପ୍ରଦର୍ଶନ ପାଇଁ ସମୟ ଅବଧି ୬୦ ସେକେଣ୍ଡ ରଖାଯାଇଛି।ଅଧିକ ସମୟ ଧରି, ଜୋରରେ ଶବ୍ଦ କରି ଏବଂ ପାଡ଼ ଶବ୍ଦରୁ ଏକ ସଙ୍ଗୀତ ପରି ଅନୁଭବ ବାହାରିବା ପୁରସ୍କାର ଜିତିବାର ମାନଦଣ୍ଡ ରହିବ।ଏଥିରେ ଅଂଶ ଗ୍ରହଣ କରିବା ପାଇଁ ରେଜିଷ୍ଟେସନ ଫିସ୍ ୧୦୦ ଟଙ୍କା ରହିଥିବା ବେଳେ ବିଜେତାଙ୍କୁ ୫,୦୦୦ ରୁ ୧୫,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ।ଆୟୋଜକଙ୍କ କହିବା ଅନୁଯାୟୀ ଏ’ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ୨୦୦ରୁ ଅଧିକ ରେଜିଷ୍ଟେସନ କରି ସାରିଲେଣି।//ଦେବଦତ୍ତ