Odiapua.com

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର – ଜାଣନ୍ତୁ କେତେ ଦିନରେ ହେଉଛନ୍ତି ୧୦ ଲକ୍ଷ ଆକ୍ରାନ୍ତ

ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର ହୋଇଛି। ୭୦ ଲକ୍ଷ ପହଞ୍ଚିବାର ୧୮ ଦିନ ପରେ ବୁଧବାର ଦିନ ଭାରତର କୋଭିଡ -୧୯ ଆକ୍ରାନ୍ତହ୍କ ସଂଖ୍ୟା ୮୦ ଲକ୍ଷ ମାର୍କ ଅତିକ୍ରମ କରିଛି, ଯାହା ସେପ୍ଟେମ୍ବରର ତୃତୀୟ ସପ୍ତାହରୁ ମହାମାରୀର ପ୍ରଗତିର ମନ୍ଥରତାକୁ ଦର୍ଶାଉଛି।

ସେପ୍ଟେମ୍ବର ୧୬ ରେ ଭାରତ କୋଭିଡ -୧୯ ମାମଲା ୫୦ ଲକ୍ଷ ଅତିକ୍ରମ କରିଥିଲା। ପରବର୍ତ୍ତୀ ସମୟରେ, ୧୧ ଦିନର ବ୍ୟବଧାନ ପରେ ସେପ୍ଟେମ୍ବର ୨୭ ରେ ୬୦ ଲକ୍ଷ ମାର୍କ ଅତିକ୍ରମ କରିଥିଲା। ଏହାର ୧୩ ଦିନ ପରେ ଅକ୍ଟୋବର ୧୦ ରେ ୭୦ ଲକ୍ଷ ମାର୍କ ଅତିକ୍ରମ କରିଥିଲା।

ଗତ କିଛି ଦିନ ମଧ୍ୟରେ ଭାରତର କୋଭିଡ -୧୯ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା କମ ହେବାରେ ଲାଗିଛି।