Odiapua.com

ନୂଆଦିଲ୍ଲୀରୁ ୩ଟି ସ୍ଵତନ୍ତ୍ର ଟ୍ରେନ ପୁନଃ ଚଳାଚଳ ଆରମ୍ଭ କରିବ ଭାରତୀୟ ରେଳବାଇ

– ନୂଆଦିଲ୍ଲୀ-ବିଳାସପୁର ଟ୍ରେନରେ ୧୧୭୭ ଯାତ୍ରୀ, ନୂଆଦିଲ୍ଲୀ-ଦିବ୍ରୁଗଡ଼ ଟ୍ରେନରେ ୧୧୨୨ ଯାତ୍ରୀ ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନରେ ୧୧୬୨ ଯାତ୍ରୀ କଲେ ଟିକେଟ ବୁକିଂ
– ଆଜିଠାରୁ ଦିଲ୍ଲୀ ଛାଡ଼ିବେ ମୋଟ ୩୪୬୧ ଜଣ ଯାତ୍ରୀ
ଟ୍ରେନ ସଂଖ୍ୟା ୦୨୪୪୨ ନୂଆଦିଲ୍ଲୀରୁ ବିଳାସପୁର, ପ୍ରଥମ ସ୍ଵତନ୍ତ୍ର ଟ୍ରେନ ଭାବେ ଆଜିଠାରୁ ଯାତ୍ରା ଆରମ୍ଭ କରିବ
– ଟ୍ରେନ ଛାଡ଼ିବା ସହିତ, ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ ସେବା ପର୍ଯ୍ୟାୟକ୍ରମେ ପୁନଃଆରମ୍ଭ
– ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ଉପଲବ୍ଧ ହେବ ଏହି ସେବା
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ କାରଣରୁ ବାତିଲ ହୋଇଥିବା ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ ସେବା ଆଜିଠାରୁ ପର୍ଯ୍ୟାୟକ୍ରମେ ଆଂଶିକ ଭାବେ ପୁନଃପ୍ରଚଳନ ହୋଇଛି। ପ୍ରଥମ ଟ୍ରେନ ଭାବେ ନୂଆଦିଲ୍ଲୀ-ବିଳାସପୁର ସ୍ଵତନ୍ତ୍ର ଟ୍ରେନ ସଂଖ୍ୟା ୦୨୪୪୨ ଆଜି ଅର୍ଥାତ ୧୨ ମେ, ୨୦୨୦ଠାରୁ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଆଜି ନୂଆଦିଲ୍ଲୀ ଷ୍ଟେସନରୁ ମୋଟ ୩ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିବ। ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଅତିରିକ୍ତ ଏହି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ।

ମୋଟ ୩ଟି ଟ୍ରେନ ଆଜିଠାରୁ ବିଭିନ୍ନ ଗନ୍ତବ୍ୟ ଅଭିମୁଖେ ନୂଆଦିଲ୍ଲୀରୁ ଆରମ୍ଭ କରିବ। ଏହି ଟ୍ରେନଗୁଡ଼ିକ ହେଲା:
କ୍ରଂସଂ ଟ୍ରେନ ସଂଖ୍ୟା ଛାଡ଼ିବ ପହଞ୍ଚିବ
୧ ୦୨୬୯୨ ନୂଆଦିଲ୍ଲୀ ବେଙ୍ଗାଲୁରୁ
୨ ୦୨୪୨୪ ନୂଆଦିଲ୍ଲୀ ଦିବ୍ରୁଗଡ଼
୩ ୦୨୪୪୨ ନୂଆଦିଲ୍ଲୀ ବିଳାସପୁର
ନୂଆଦିଲ୍ଲୀ-ବିଳାସପୁର ସ୍ଵତନ୍ତ୍ର ଟ୍ରେନରେ ୧୧୭୭ ଜଣ ଯାତ୍ରୀ ଟିକେଟ ବୁକିଂ କରିଥିବା ବେଳେ ୭୪୧ ପିଏନଆର ଜେନେରେଟ ହୋଇଛି। ନୂଆଦିଲ୍ଲୀ-ଦିବ୍ରୁଗଡ଼ ସ୍ଵତନ୍ତ୍ର ଟ୍ରେନ ପାଇଁ ୧୧୨୨ ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ ୪୪୨ ପିଏନଆର ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ପେଶାଲ ଟ୍ରେନରେ ୧୧୬୨ ଜଣ ଯାତ୍ରୀ ଟିକେଟ ବୁକିଂ କରିବା ପରେ ୮୦୪ ପିଏନଆର ସୃଷ୍ଟି ହୋଇଛି।

ଆଜି ନୂଆଦିଲ୍ଲୀ ସମେତ ଅନ୍ୟ କିଛି ସହରରୁ ମୋଟ ୮ଟି ଟ୍ରେନ ଯାତ୍ରା ଆରମ୍ଭ କରୁଛି। ଏହାର ବିବରଣୀ ନିମ୍ନରେ ଦିଆଗଲା:
କଂ.ନଂ. ଟ୍ରେନ ସଂଖ୍ୟା ଛାଡ଼ିବ ପହଞ୍ଚିବ
୧ ୦୨୩୦୧ ହାଓଡ଼ା ନୂଆଦିଲ୍ଲୀ
୨ ୦୨୯୫୧ ମୁମ୍ବାଇ ସେଣ୍ଟ୍ରାଲ ନୂଆଦିଲ୍ଲୀ
୩ ୦୨୯୫୭ ଅହମ୍ମଦାବାଦ ନୂଆଦିଲ୍ଲୀ
୪ ୦୨୩୦୯ ରାଜେନ୍ଦ୍ରନଗର (ଟି) ନୂଆଦିଲ୍ଲୀ
୫ ୦୨୬୯୧ ବେଙ୍ଗାଲୁରୁ ନୂଆଦିଲ୍ଲୀ
୬ ୦୨୬୯୨ ନୂଆଦିଲ୍ଲୀ ବେଙ୍ଗାଲୁରୁ
୭ ୦୨୪୨୪ ନୂଆଦିଲ୍ଲୀ ଦିବ୍ରୁଗଡ଼
୮ ୦୨୪୪୨ ନୂଆଦିଲ୍ଲୀ ବିଳାସପୁର