Odiapua.com

ଭାରତୀୟ ମୂଲକର ଡକ୍ଟର ଭାଷା ମୁଖାର୍ଜୀ ହେଲେ ମିସ ଇଂଲଣ୍ଡ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ଭାରତୀୟ ମୂଲକର ୨୩ ବର୍ଷୀୟ ଜୁନିୟର ଡକ୍ଟର ଭାବରେ ନିଜର ମେଡିକାଲ କ୍ୟାରିୟରର ପ୍ରାରମ୍ଭ କରିଥିବା ଜଣେ ବ୍ରିଟିଶ-ଭାରତୀୟ ଡକ୍ଟର ଭାଷା ମୁଖାର୍ଜୀ ମିସ ଇଲଣ୍ଡ ୨୦୧୯ ର ଟାଇଟଲ ନିଜର ନାମରେ କରିପାରିଛନ୍ତି। ଏବେ ସେ ୬୯ତମ ମିସ ୱାର୍ଲ୍ଡ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବେ, ଯାହାକି ଡିସେମ୍ବରରେ ଆୟୋଜିତ ହେବ। ଦୁନିଆଙ୍କର ସବୁଠାରୁ ପ୍ରତିଷ୍ଠିତ ମିସ ୱାର୍ଲ୍ଡ ପ୍ରତିଯୋଗିତାର ହୋଷ୍ଟ ଏଥର ଲଣ୍ଡନ କରୁଛି।

ଭାରତରେ ଜନ୍ମଗ୍ରହଣ କରିଥିବା ଭାଷା ୯ ବର୍ଷର ଥିଲେ, ସେତେବେଳେ ତାଙ୍କର ପରିବାର ଭାରତରୁ ବ୍ରିଟେନ ଆସିଥିଲା। ମିସ ଇଲଣ୍ଡର ଶେଷ ଚରଣ ପୂର୍ବରୁ ଏକ ସାକ୍ଷାତକାରରେ ସେ କହିଥିଲେ, ଅନେକ ଲୋକ ଭାବିଥାନ୍ତି କି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଜୀତୁଥିବା ମହିଳା ବୁଦୁ ଅଟନ୍ତି। କିନ୍ତୁ ଆମେ ସବୁ କୌଣସି ନା କୌଣସି ଲକ୍ଷରେ ହିଁ ଏଠାରେ ଅଛୁ। ମେଡିକାଲ ପଢ଼ୁଥିବା ମଧ୍ୟରେ ମୁଁ ଏହି ପରି ଭାବରେ ପ୍ରତିଯୋଗିତାରେ ଭାଗ ନେବାପାଇଁ ଭାବିଥିଲି। ଏଥିପାଇଁ ମୋତେ ନିଜକୁ ବହୁତ ବୁଝିବାକୁ ପଡ଼ିଥିଲା।

ମିଡ଼ିଆ ରିପୋର୍ଟ ମୁତାବକ, ଭାଷା ମୁଖାର୍ଜୀ ନଟିଂଘମ ବିଶ୍ଵବିଦ୍ୟାଳୟରେ ସ୍ନାତକ ପଢିଥିଲେ। ମେଡିକଲ ସାଇନ୍ସ ଏବଂ ମେଡିସିନ ଓ ସର୍ଜରୀ ଦୁଇଟି ବିଷୟରେ ତାଙ୍କ ପାଖରେ ସ୍ନାତକ ଡିଗ୍ରୀ ଅଛି। ତାଙ୍କର ଆଇକ୍ୟୁ ଲେଭେଲ ୧୪୬ ଅଟେ ଯାହା ତାଙ୍କୁ ଆଧିକାରିକ ରୂପରେ ଜୀନିୟସ ପ୍ରମାଣିତ କରିଥାଏ ଏବଂ ତା’ ବ୍ୟତୀତ ସେ ପାଞ୍ଚଟି ଭାଷା କହିପାରନ୍ତି।