Odiapua.com

ଇତିହାସରେ ପ୍ରଥମ: ଚୀନ ସୀମାରେ ହେବ ସେନା ଏବଂ ବାୟୁ ସେନାର ମିଳିତ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏବଂ ଚୀନ ସୀମାରେ ହେବ ଭାରତୀୟ ସେନା ଏବଂ ବାୟୁ ସେନାର ମିଳିତ ଯୁଦ୍ଧ ଅଭ୍ୟାସ।ଅକ୍ଟୋବର ମାସରେ ଏହି ମିଳିତ ଯୁଦ୍ଧ ଅଭ୍ୟାସ ହେବ।ଭାରତୀୟ ସେନାର ଏକମାତ୍ର “ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋର”ର ୫୦୦୦ରୁ ଉର୍ଦ୍ଦ୍ଵ ଯବାନ ଅରୁଣାଚଳ ପ୍ରଦେଶରେ ଏହି ଯୁଦ୍ଧ ଅଭ୍ୟାସରେ ଅଂଶ ଗ୍ରହଣ କରିବେ।ଭାରତ – ଚୀନ ସୀମାରେ ଏହା ଭାରତୀୟ ସେନାର ପ୍ରଥମ ଯୁଦ୍ଧ ଅଭ୍ୟାସ।ଯେଉଁଥିରେ ଯୁଦ୍ଧ ପରି ସ୍ଥିତିକୁ ନେଇ ସୁରକ୍ଷା ବଳ ଅଭ୍ୟାସ କରିବେ।ଏଥି ନିମନ୍ତେ ନବ ନିର୍ମିତ ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋର ଗତ ୫/୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।ସୂଚନା ମୁତାବକ ଯୁଦ୍ଧାଭ୍ୟାସ ସମୟରେ ତେଜପୁର ସ୍ଥିତ ୪ କୋର ୟୁନିଟକୁ ସେନାର ରକ୍ଷା ନିମନ୍ତେ ହାଇ ଅଲ୍ଟିଚ୍ୟୁଟରେ ସଜାଗ ରଖାଯିବ।ଏଥିରେ ୧୭ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋରର ୨୫୦୦ରୁ ଅଧିକ ଯବାନ ଯୁଦ୍ଧାଭ୍ୟାସ ପାଇଁ ଏୟାରଲିଫ୍ଟ କରିବେ।ଏହି ଯୁଦ୍ଧାଭ୍ୟାସ ସମୟରେ ଷ୍ଟ୍ରାଇକ୍ କୋର ଯବାନ, ୪ କୋର ଯବାନଙ୍କ ଉପରେ ଏୟାର ଷ୍ଟ୍ରାଇକ କରିବେ।//ଦେବଦତ୍ତ ରଥ