Odiapua.com

ଲେହ ଜେନେରାଲ ହସ୍ପିଟାଲ ଅବସ୍ଥା ନେଇ ଭାରତୀୟ ସେନାର ସ୍ପଷ୍ଟିକରଣ

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲେହ ଗସ୍ତ କାଳରେ ପରିଦର୍ଶନ କରିଥିବା ଲେହ ଜେନେରାଲ ହସ୍ପିଟାଲର ଅବସ୍ଥା ନେଇ କେତେକ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଦୃଷ୍ଟିଗୋଚର ହୋଇଛି। ଆମ ସଶସ୍ତ୍ର ସେନାର ସାହସିକ ଯବାନଙ୍କ ଚିକିତ୍ସା ନେଇ ଏଭଳି ଅମୂଳକ ଅଭିଯୋଗ ବାସ୍ତବିକ ଦୁର୍ଭାଗ୍ୟଜନକ। ସଶସ୍ତ୍ର ସେନା ଏହାର କର୍ମଚାରୀମାନଙ୍କୁ ଯଥାସମ୍ଭବ ସର୍ବୋକୃଷ୍ଟ ସେବା ଯୋଗାଇଥାଏ।

ଏହା ସ୍ପଷ୍ଟ କରାଯାଉଛି ଯେ, ଏହି ୧୦୦ ଶଯ୍ୟାଯୁକ୍ତ ସମ୍ପ୍ରସାରିତ ଚିକିତ୍ସା ସୁବିଧା ମୁଖ୍ୟ ହସ୍ପିଟାଲର ଅଂଶବିଶେଷ। କୋଭିଡ-୧୯ କାରଣରୁ ମୁଖ୍ୟ ଜେନେରାଲ ହସ୍ପିଟାଲର କେତେକ ୱାର୍ଡକୁ ଏକାନ୍ତବାସ ୱାର୍ଡରେ ପରିଣତ କରାଯାଇଛି। ହସ୍ପିଟାଲ କୋଭିଡ ଉପଚାର ହସ୍ପିଟାଲ ରୂପେ ପରିଗଣିତ ହେବା ପରେ ଏହାର ଅଡିଓ ଭିଡିଓ ଟ୍ରେନିଂ ହଲକୁ କୋଭିଡ ଏକାନ୍ତବାସ ଚିକିତ୍ସା ହଲରେ ପରିଣତ କରାଯାଇଛି। ଆହତ ଯବାନମାନଙ୍କୁ ଗଲୱାନରୁ ଅଣାଯିବା ପରେ ସେମାନଙ୍କୁ କୋଭିଡ ଏକାନ୍ତବାସ କେନ୍ଦ୍ରରେ ରଖାଯାଇଛି। ଏପରିକି ସ୍ଥଳ ସେନାଧ୍ୟକ୍ଷ ଏମ ଏମ ନରବଣେ ଏବଂ ସେନା କମାଣ୍ଡର ମଧ୍ୟ ଏଠାରେ ଆହତ ଯବାନମାନଙ୍କୁ ଭେଟି ଭଲ ମନ୍ଦ ବୁଝିଥିବା ସେନା ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣରେ କୁହାଯାଇଛି।