Odiapua.com

ଭାରତ ବନାମ ଇଲଣ୍ଡ T-20: ୩-୨ରେ ସିରିଜ୍‌ କବ୍ଜା କଲା ଭାରତ – ୩୬ ରନ୍‌ରେ ବିଜୟ ଲାଭ

ନୂଆ ଦିଲ୍ଲୀ ୨୦ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟି -୨୦ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୨ ରେ ବିଜୟଲାଭ କରି ସିରିଜ୍ ଜିତିଛି ଭାରତ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୨୪ ରନ କରିଥିଲା ଭାରତ। ଇଲଣ୍ଡକୁ ପ୍ରଥମ ଝଟକା ଶୂନରେ ଲାଗିଥିଲା। ଇଲଣ୍ଡର ଓପନର୍‌ ଜେସନ୍‌ ରୟ ଶୂନରେ ଆଉଟ ହୋଇଯାଇଥିଲେ।ସେ ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। ୨୨୪ ରନ୍‌କୁ ପିଚ୍ଛା କରି ଇଲଣ୍ଡ କେବଳ ୧୮୮ ରନ୍‌ କରିପାରିଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଚମତ୍କାର ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୪ ବଲ ଖେଳି ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୪ ରନ କରି ଆଉଟ ହୋଇଛନ୍ତି। ରୋହିତ ଆଉଟ ହେବା ପରେ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୫୨ ବଲ ଖେଳି ୭ଟି ଚୌକା ଏବଂ ୨ଟି ଛକା ସହାୟତାରେ ୮୦ ରନ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୭ ବଲ ଖେଳି ୪ ଚୌକା ଏବଂ୨ ଛକା ସହାୟତାରେ ୩୯ ରନ କରି ଅପରାଜିତ ଥିଲେ। ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩ ଚୌକା ଏବଂ ୨ଟି ଛକା ସହାୟତାରେ ୩୨ ରନ କରି ଆଉଟ ହୋଇଥିଲେ।

ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଥିଲା ଇଂଲଣ୍ଡର ଖେଳାଳି ଅପରିବର୍ତ୍ତିତ ରହିଥିଲେ। କେଏଲ୍ ରାହୁଲ୍‌ଙ୍କ ସ୍ଥାନରେ ଟି ନଟରାଜନ ଖେଳିଥିଲେ। ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟ ନେଇ ଭାରତ ଓ ଇଂଲଣ୍ଡ ଟିମ ପଡିଆକୁ ଓହ୍ଲାଇଥିଲା। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍‌ରେ ବିଜୟ ଆସଲ କରିଥିଲା। ତେଣୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।

ରୋହିତ ଏହି ଶେଷ ମ୍ୟାଚ୍‌ରେ ଅର୍ଦ୍ଧ ଶତକ ମାରିଛନ୍ତି। ସେ କେବଳ ୩୪ ବଲ୍‌ଖେଳି ୬୪ ରନ୍‌କରିଛନ୍ତି।
ରୋହିତଙ୍କ ପରେ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ସେ ୩୬ଟି ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ କେବଳ ୩୦ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ।
ରୋହିତ୍‌ଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ ସେ ଆସୁଆସୁ ଦୁଇଟି ଛକ୍କା ମାରିଥିଲେ।

୧୭ ଟି ବଲ୍‌ରେ ୨ଟି ଛକ୍କା ଏବଂ ୩ଟି ଚୋକା ମାରି ୩୨ରେ ଆଉଟ୍‌ହେଲେ ସୂର୍ଯ୍ୟକୁମାର, ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ ଖେଳିବା ପାଇଁ। ସେ ବର୍ତ୍ତମାନ ବିରାଟ କୋହଲିଙ୍କର ସାଥି ଦେଇଥିଲେ।
ଇଲଣ୍ଡ ତରଫରୁ ଜସ୍‌ ବଟଲର ୩୪ଟି ବଲ୍‌ ଖେଳି ୫୨ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ଡେଭିଡ୍‌ ମଲାନ୍‌ ୪୬ ବଲ୍‌ ଖେଳି ୬୮ ରନ୍‌ ସଂଗ୍ରହ କରିଛନ୍ତି। ପ୍ରଥମ ଦୁଇଟି ୱିକେଟ୍‌ ନେଇଥିଲେ ଭୁବନେଶ୍ୱର କୁମାର। ଏହା ପରେ ବୟୋରଷ୍ଟୋ ଆସିଥିଲେ ସେ କେବଳ ୭ଟି ବଲ୍‌ ଖେଳି ୭ ରନ୍‌ ମାରିବା ପରେ ସାର୍ଦୁଲଙ୍କର ଶିକାର ହୋଇଥିଲେ। ଇଲଣ୍ଡ କ୍ୟାପଟେନ୍‌ ଇଅନ୍‌ ମୋର୍ଗାନ ମଧ୍ୟ ୪ଟି ବଲ୍‌ ଖେଳି କେବଳ ଗୋଟିଏ ରନ୍‌ କରି ପାଣ୍ଡ୍ୟାଙ୍କର ଶିକାର ହୋଇଥିଲେ। ଏହା ପରେ ଭାରତର ନିୟନ୍ତ୍ରଣକୁ ମ୍ୟାଚ୍‌ ସମ୍ପୂର୍ଣ୍ଣଭାବେ ଆସିଯାଇଥିଲା।
ସ୍କୋର ବୋର୍ଡ଼
ଭାରତ ୨୨୪/୨
ବ୍ୟାଟ୍ସମ୍ୟାନ୍‌ରନ୍‌, ବଲ୍‌, S/R ଚୌକା ଛକ୍କା
ରୋହିତ ଶର୍ମା ୬୪ ୩୪ ୧୮୮.୨୩ ୪ ୫
ବିରାଟ କୋହଲି ୮୦ ୫୨ ୧୫୩.୮୪ ୭ ୨
ସୂର୍ଯ୍ୟକୁମାର ଯାଦବ ୩୨ ୧୭ ୧୮୮.୨୩ ୩ ୨
ହାର୍ଦିକ ପାଣ୍ଡ୍ୟା ୩୯ ୧୭ ୨୨୯.୪୧ ୪ ୨
ୱିକେଟର ପତନ
୧-୯୪, (ରୋହିତ ଶର୍ମା, ୮.୬) ୨-୧୪୩, (ସୂର୍ଯ୍ୟକୁମାର ଯାଦବ, ୧୩.୨)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଆଦିଲ ରସିଦ ୪ ୩୧ ୧ ୭.୭୫ ୮ ୦
ଜୋଫ୍ରା ଆର୍ଚ୍ଚର ୪ ୪୩ ୦ ୧୦.୭୫ ୪ ୦
ମାର୍କ ଉଡ଼ ୪ ୫୩ ୦ ୧୩.୨୫ ୫ ୦
କ୍ରିସ୍ ଜୋର୍ଡାନ୍ ୪ ୫୭ ୦ ୧୪.୨୫ ୪ ୦
ସାମ୍ କୁରାନ୍ ୧ ୧୧ ୦ ୧୧.୦୦ ୧ ୦
ବେନ୍ ଷ୍ଟୋକ୍ସ ୩ ୨୬ ୧ ୮.୬୬ ୬ ୦

ସ୍କୋର ବୋର୍ଡ଼
ଇଲଣ୍ଡ
ବ୍ୟାଟ୍ସମ୍ୟାନ୍‌ରନ୍‌, ବଲ୍‌, S/R ଚୌକା ଛକ୍କା

ଜେସନ ରୟ b ଭୁବନେଶ୍ୱର କୁମାର ୦ ୨ ୦.୦୦ ୦ ୦
ଜୋସ୍ ବଟଲର୍ (ୱିକେଟ କିପର) c ହାର୍ଦ୍ଦିକ ପାଣ୍ଡ୍ୟା b ଭୁବନେଶ୍ୱର କୁମାର ୫୨ ୩୪ ୧୫୨.୯୪ ୨ ୪
ଡେଭିଡ୍ ମାଲାନ୍ b ଶାର୍ଦ୍ଦୁଲ ଠାକୁର ୬୮ ୪୬ ୧୪୭.୮୨ ୯ ୨
ଜନି ବେୟାରଷ୍ଟୋ c ସୂର୍ଯ୍ୟକୁମାର ଯାଦବ b ଶାର୍ଦ୍ଦୁଲ ଠାକୁର ୭ ୭ ୧୦୦.୦୦ ୧ ୦
ଇଏନ୍ ମୋର୍ଗାନ୍ (ଅଧିନାୟକ) c ସବ୍ (କେ.ଏଲ୍ ରାହୁଲ) b ହାର୍ଦ୍ଦିକ ପାଣ୍ଡ୍ୟା ୧ ୪ ୨୫.୦୦ ୦ ୦

ବେନ୍ ଷ୍ଟୋକ୍ସ c ଋଷଭ ପନ୍ତ b ନଟରାଜନ ୧୪ ୧୨ ୧୧୬.୬୬ ୨ ୦

କ୍ରିସ୍ ଜୋର୍ଡାନ୍ ସି ସୂର୍ଯ୍ୟକୁମାର ଯାଦବ ବି ଶାର୍ଦ୍ଦୁଲ ଠାକୁର ୧୧ ୧୦ ୧୧୦.୦୦ ୦ ୧
ଜୋଫ୍ରା ଆର୍ଚ୍ଚର ରନ୍ ଆଉଟ୍ (ସୂର୍ଯ୍ୟକୁମାର ଯାଦବ / ଋଷଭ ପନ୍ତ) ୧ ୨ ୫୦.୦୦ ୦ ୦

ସାମ୍ କୁରାନ୍ ଅପରାଜିତ ୧୪ ୩ ୪୬୬.୬୬ ୦ ୨
ଆଦିଲ ରସିଦ ଅପରାଜିତ ୦ ୦ ୦.୦୦ ୦ ୦

ୱିକେଟ୍ ପତନ

୧-୦, (ଜେସନ୍ ରୟ, ୦.୨) ୨-୧୩୦, (ଜୋସ୍ ବଟଲର୍, ୧୨.୫) ୩-୧୪୦, (ଜନି ବେୟାରଷ୍ଟୋ, ୧୪.୩) ୪-୧୪୨, (ଡେଭିଡ୍ ମାଲାନ୍, ୧୪.୬) ୫-୧୪୨, (ଇଏନ୍ ମୋର୍ଗାନ୍, ୧୫.୩) ୬-୧୬୫, (ବେନ୍ ଷ୍ଟୋକ୍ସ, ୧୮.୩) ୭-୧୬୮, (ଜୋଫ୍ରା ଆର୍ଚ୍ଚର, ୧୮.୬) ୮-୧୭୪, (କ୍ରିସ୍ ଜୋର୍ଡାନ୍, ୧୯.୩)

ଭାରତ ବୋଲିଂ
ବୋଲର୍ସ ଓଭର ରନ୍‌ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ଭୁବନେଶ୍ୱର କୁମାର ୪ ୧୫ ୨ ୩.୭୫ ୧୭ ୦
ହାର୍ଦ୍ଦିକ ପାଣ୍ଡ୍ୟା ୪ ୩୪ ୧ ୮.୫୦ ୯ ୦

ଟି ନଟରାଜନ୍ ୪ ୩୯ ୧ ୯.୭୫ ୭ ୦

ୱାଶିଂଟନ୍ ସୁନ୍ଦର ୧ ୧୩ ୦ ୧୩.୦୦ ୦ ୦
ରାହୁଲ ଚହର ୩ ୩୩ ୦ ୧୧.୦୦ ୪ ୦

ଶାର୍ଦ୍ଦୁଲ ଠାକୁର ୪ ୪୫ ୩ ୧୧.୨୫ ୧୦ ୦

ଭାରତ ଏକାଦଶ : ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଜବ, ଋଷଭ ପନ୍ତ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର, ଟି ନଟରାଜନ
ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌

ଦୁଇଟି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି – T20ରେ ସର୍ବାଧିକ ୫୦, ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର
ବିରାଟ କୋହଲି ଟି-୨୦ରେ ଜଣେ ଅଧିନାୟକ ଭାବରେ ସର୍ବାଧିକ ଅର୍ଦ୍ଧ ଶତକ ମାରିଛନ୍ତି। ଏହା ପୂର୍ବରୁ ଟି-୨୦ରେ ଅଧିନାୟକ ଭାବରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କର ଏହି ରେକର୍ଡ଼ ଥିଲା। ଏହା ବ୍ୟତୀତ ଭାରତ ପକ୍ଷରୁ ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ମୋଟ୍ ସ୍କୋର କରିଥିବାରୁ ବିରାଟ କୋହଲି ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ଏହି ସିରିଜରେ ପ୍ରଥମ ଥର ପାଇଁ ଓପନିଂ ବ୍ୟାଟିଂ କରିଥିଲେ କୋହଲି। ଅହମ୍ମଦାବାଦରେ ୫ ଟି ଟି-୨୦ରେ ପ୍ରଥମେ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କ ଦ୍ୱାରା ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଭାରତକୁ ୨୨୪ ର ବିଶାଳ ସ୍କୋର କରାଇବା ପାଇଁ ଅପରାଜିତ ୮୦ ରନ୍ କରିଥିଲେ ଅଧିନାୟକ କୋହଲି।

ଟି-୨୦ରେ କୋହଲିଙ୍କ ୨୮ ତମ ଅର୍ଦ୍ଧଶତକ ଏବଂ ୪୫ ଟି ମ୍ୟାଚରେ ଅଧିନାୟକ ଭାବରେ ଦ୍ୱାଦଶ ଅର୍ଦ୍ଧଶତକ।
ସୂଚନାଯୋଗ୍ୟଯେ, କୋହଲି ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନିଂ କରିଥିଲେ ଏବଂ କେଏଲ ରାହୁଲଙ୍କୁ ଡ୍ରପ କରି ଅତିରିକ୍ତ ବୋଲର ଖେଳିବାକୁ ନିଷ୍ପତ୍ତି ନେଇଥିଲେ।