Odiapua.com

ଭାରତ-ଇଲଣ୍ଡ ପ୍ରଥମ ୱାନ୍‌ଡେ – ଭାରତର ରୋମାଞ୍ଚକ ବିଜୟ, ପ୍ରଥମେ ପିଟିଲେ-ପରେ ହାରିଲେ, ୬୬ ରନରେ ଜିତିଲା ଭାରତ

ପୁନେ/ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ୬୬ ରନରେ ଜିତିଲା ଭାରତ। ଇଲଣ୍ଡ କେବଳ ୪୨.୧ ଓଭରରେ ୨୫୧ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା।  ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଅହମ୍ମଦାବାଦରେ ଦୁଇଟି ଟେଷ୍ଟ ଏବଂ ପାଞ୍ଚଟି T20 ପରେ ଭାରତ ବନାମ୍ଇଲଣ୍ଡ ପ୍ରଥମ ୱାନ୍ଡେ ପୁଣେରେ ଖେଳାଯାଇଛି। ଇଲଣ୍ଡ ପ୍ରଥମେ ଟସ୍‌ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ୱାନ୍ଡେରେ ଇଲଣ୍ଡ ବିପକ୍ଷରେ ଭାରତ ୩୧୭ ରନ୍ କରି ଇଂଲଣ୍ଡକୁ ୩୧୮ ରନର ବିଜୟ ଲକ୍ଷ ଦେଇଥିଲା। ଏହି ଲକ୍ଷରେ ଇଲଣ୍ଡର ଓପନିଂ ଯୋଜି ତୋଫାନୀ ଇନିଙ୍ଗ୍ସ ଖେଳିତିଲା। ତେବେ ପ୍ରସିଦ୍ଧ କୃଷ୍ଣା ପ୍ରଥମ ୱିକେଟ ନେବାରେ ସଫଳ ହୋଇତିଲେ। ତାଙ୍କର ପ୍ରଥମ ଶିକାର ହୋଇତିଲେ ଜେସନ ରୟ। ଜେସନ ରୟ ୩୫ ଟି ବଲ୍‌ ଖେଳି ୪୬ ରନ୍‌ କରି ଆଉଟ୍‌ ହୋଇଇଯାଇଥିଲେ। ଏଥିରେ ସେ ଗୋଟିଏ ଛକା ଏବଂ ୭ଟି ଚୌକା ମାରିଥିଲେ। ଅପର ପକ୍ଷରେ ବେଶ୍ ବିଜୁଳି ବେଗରେ ଖେଳୁତିଲେ ଜନି ବୟୋରଷ୍ଟୋ। ବୟୋରଷ୍ଟୋ ତାଙ୍କର ୯୪ ରନ୍‌ରେ ୭ଟି ଛକ୍କା ଏବଂ ୬ଟି ଚୌକା ମାରିଛନ୍ତି।

ଏହାପରେ ବେନ୍‌ ଷ୍ଟୋକ୍ସ ଆସିଥିଲେ ସେ କେବଳ ଏକ ରନ୍‌ କରି ପ୍ରସିଦ୍ଧଙ୍କ ଶିକାର ହୋଇଥିଲେ। ୧୧ଟି ବଲ୍‌ ଖେଳି ସେ କେବଳ ଗୋଟିଏ ରନ୍‌ କରି ପାଭିଲିୟନ୍‌କୁ ଫେରିତିଲେ। ତେବେ ଇଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ସାଥି ଦେବା ପାଇଁ ଜସ୍‌ ବଟଲର ଆସିଥିଲେ।
କିନ୍ତୁ ଇଅନ୍‌ ମୋର୍ଗାନ୍‌ କେବଳ ୩୦ଟା ବଲ୍‌ ଖେଳି ୨୨ ରନ୍‌ ସଂଗ୍ରହ କରିଥିଲେ। ଜସ୍‌ ବଟଲର ୪ଟି ବଲ୍‌ ଖେଳି ୨ ରନ୍‌ ସଂଗ୍ରହ କରିଥିଲେ। ଉଭୟ ସାର୍ଦ୍ଦୁଲଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହା ପରେ ସାମ ବିଲିଙ୍ଗ୍ସ ଏହଂ ମୋଇନ୍‌ ଅଲ୍ଲି ଖେଳୁଥିଲେ। ସାମ ବିଲିଙ୍ଗ୍ସ ୨୨ଟି ବଲ୍‌ ଖେଳି ୧୮ ରନ୍‌ କରି ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ବିରାଟଙ୍କ ହାତକୁ କ୍ୟାଚ୍‌ ଟେକି ଦେଇଥିଲେ।

ଭାରତ ପାଇଁ ଶିଖର ଧାୱନ ୯୮, ଲୋକେଶ ରାହୁଲ ୬୨, ଡେବ୍ୟୁ ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ୫୮ ରନ ସ୍କୋର କରିଛନ୍ତି। ବିରାଟ କୋହଲି ୫୬ ରନର ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିଛନ୍ତି। ଇଂଲଣ୍ଡର ଏହି ଗସ୍ତ ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଥିବା ବେଳେ ଇଲଣ୍ଡ ପାଇଁ ଏହା ଭଲ ନାହିଁ। କାରଣ ପ୍ରଥମେ ଟେଷ୍ଟ ସିରିଜରେ ୩-୧ ପରାଜୟର ସମ୍ମୁଖୀନ ହେବା ପରେ ଟି-୨୦ ସିରିଜରେ ୩-୨ ରେ ପରାଜୟର ସମ୍ମୁଖୀନ ହେବାକୁ ଇଲଣ୍ଡକୁ ପଡ଼ିଥିଲା। ବର୍ତ୍ତମାନ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ରେ ବିଜୟଲାଭ କରି ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ଜାରି ରଖିବାକୁ ଚେଷ୍ଟା କରିଛି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ କ୍ରୁନାଲ ପାଣ୍ଡ୍ୟା ଡେବ୍ୟୁ କରିଥିଲେ। ତା’ପରେ ସେ ଅପରାଜିତ ଦ୍ରୁତତମ ଅର୍ଦ୍ଧଶତକ ମାଧ୍ୟମରେ ODI ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ସାତ ନମ୍ବରରେ ବ୍ୟାଟିଂ କରି କ୍ରୁନାଲ ପାଣ୍ଡ୍ୟା ୩୧ ଟି ବଲରୁ ଅପରାଜିତ ୫୮ ରନ୍ ସଂଗ୍ରହ କରି ସାତଟି ଚୌକା ଓ ଦୁଇଟି ଛକା ସହ ଏହି ରନ୍ସଂଗ୍ରହ କରି ଅପରାଜିତ ରହିଥିଲେ। ସେ ଏହି ଇନିଂସକୁ ତାଙ୍କ ପିତାଙ୍କ ନିକଟରେ ଉତ୍ସର୍ଗ କରିଛନ୍ତି। ଭାରତର ଇନିଂସ ପରେ ସେ ଭାବପ୍ରବଣ ହୋଇଥିଲେ। ଏହି କାରଣରୁ, କ୍ରୁନାଲ ଷ୍ଟାର ସ୍ପୋର୍ଟସ ସହିତ ମଧ୍ୟ କଥା ହୋଇପାରିନଥିଲେ। ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା କ୍ରୁନାଲଙ୍କୁ ଆଲିଙ୍ଗନ କରି ସମର୍ଥନ କରିଥିଲେ। ଉଭୟ କ୍ରୁନାଲ ଏବଂ ହାର୍ଦ୍ଦିକ ସେମାନଙ୍କ ପିତାଙ୍କ ସହ ଅତି ନିକଟତର ହୋଇଥିଲେ। ଫେବୃଆରୀରେ ତାଙ୍କ ପିତା ହିମାଂସୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଥିଲା। ଏହି କାରଣରୁ କ୍ରୁନାଲଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ମଝିରେ ଛାଡିବାକୁ ପଡିଥିଲା।

ବିଜୟ ହଜାରେ ଟ୍ରଫିରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ କ୍ରୁନାଲ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ODI ସିରିଜରେ ମନୋନୀତ ହୋଇଥିଲେ। ସେ ପୁଣେରେ ପ୍ରଥମ ODI ସହ ଡେବ୍ୟୁ କରିଥିଲେ। ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ODI କ୍ୟାପ୍ ଦେଇଥିଲେ। ଏହି ସମୟରେ ମଧ୍ୟ କ୍ରୁନାଲ ମଧ୍ୟ ଭାବପ୍ରବଣ ହୋଇଥିଲେ। ତଥାପି, ହାର୍ଦ୍ଦିକ ତାଙ୍କୁ ଆଲିଙ୍ଗନ କରି ଶାନ୍ତ କଲେ। ଏହା ପରେ କ୍ରୁନାଲ ବ୍ୟାଟିଂ ପାଇଁ ସାତ ନମ୍ବରରେ ଅବତରଣ କରିଥିଲେ। ସେତେବେଳେ ଭାରତ ୪୧ ତମ ଓଭରରେ ପାଞ୍ଚଟି ୱିକେଟ୍ ହରାଇ ୨୦୫ ରନ୍ କରି ସଂଘର୍ଷ କରୁଥିଲା। ସେତେବେଳେ ଟିମ୍ ଇଣ୍ଡିଆ ପାଇଁ ୩୦୦ ରନ୍ ପହଞ୍ଚିବା କଷ୍ଟକର ମନେ ହେଉଥିଲା। କିନ୍ତୁ କ୍ରୁନାଲ, କେ.ଏଲ୍ ରାହୁଲଙ୍କ ସହ ଇନିଂସରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ।

୨୬ ଟି ବଲରେ ଅର୍ଦ୍ଧଶତକମାରି କ୍ରୁନାଲ ଇତିହାସ ସୃଷ୍ଟି କରିଥିଲେ

କ୍ରୁନାଲ ତାଙ୍କର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ସେ ନିଜ ଇନିଂସର ୨୬ ତମ ବଲରେ ପଚାଶ ରନ୍ ପୂରଣ କରିଥିଲେ। ଏହା ସହ ସେ ଏକ ODI ଡେବ୍ୟୁ ମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକୀୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି। ସେ ଟମ କୁରାନଙ୍କ ବଲରୁ ଗୋଟିଏ ରନ୍ ନେଇ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ କେଏଲ ରାହୁଲଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୧୧୨ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ୬୧ ବଲରୁ ଏତେ ରନ୍ ଯୋଡିଥିଲେ ଏବଂ ୫୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ଭାରତକୁ ମୋଟ ୩୧୭ ସ୍କୋରରେ ପହଁଚାଇପାରିଥିଲେ।

ପିତାଙ୍କ ପାଇଁ ଅର୍ଦ୍ଧଶତକ ଉତ୍ସର୍ଗୀକୃତ

ଭାରତର ଇନିଂସ ପରେ ମଧ୍ୟ ସେ ବହୁତ ଭାବପ୍ରବଣ ହୋଇଥିଲେ। ଯେତେବେଳେ ଷ୍ଟାର୍ ସ୍ପୋର୍ଟସ୍ ତାଙ୍କୁ ତାଙ୍କ ଇନିଂସ ବିଷୟରେ କହିବାକୁ ଡାକିଲେ, କ୍ରୁନାଲ କିଛି କହିପାରିଲେ ନାହିଁ। ସେ ଭାବପ୍ରବଣ ହେଲେ। ସେ ତାଙ୍କ ପିତାଙ୍କପାଇଁ ଏହି ଅର୍ଦ୍ଧଶତକ ଉତ୍ସର୍ଗ କରିଥିଲେ। କିନ୍ତୁ ଏହା ପରେ ସେ କିଛି କହିପାରିଲେ ନାହିଁ। ସମୀକ୍ଷକ ମୁରଲୀ କାର୍ତ୍ତିକ ତାଙ୍କୁ ସମୟ ନେବାକୁ କହିଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ କ୍ରୁନାଲ ତାଙ୍କ ଲୁହକୁ ରୋକି ପାରି ନଥିଲେ। ଏଭଳି ପରିସ୍ଥିତିରେ ସେ ଅଙ୍ଗଭଙ୍ଗୀ କରି କହିଥିଲେ ଯେ ସେ ପରେ କଥା ହେବେ। ତା’ପରେ ସେ ଚାଲିଯାଇଥିଲେ। ହାର୍ଦ୍ଦିକ କ୍ରୁନାଲଙ୍କୁ ପୁଣି ଆଲିଙ୍ଗନ କଲେ ଏବଂ ଦୁହେଁ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲେ।

ଭାରତ ଏକାଦଶ : ରୋହିତ ଶର୍ମା, ଶିଖର ଧାୱନ୍, ବିରାଟ କୋହଲି, ଶ୍ରେୟସ୍ଆୟର, କେ.ଏଲ୍ ରାହୁଲ (wk), ହାର୍ଦ୍ଦୀକ ପାଣ୍ଡ୍ୟା, କ୍ରୁଣାଲ ପାଣ୍ଡ୍ୟା, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, କେ ଯାଦବ, ପ୍ରସିଦ୍ଧ କୃଷ୍ଣ

ଇଂଲଣ୍ଡ ଏକାଦଶ : ଜେ ରୟ, ଜେ ବେୟାରଷ୍ଟୋ, ବି ଷ୍ଟୋକ୍ସ, ଇ ମୋର୍ଗାନ୍, ଜେ ବଟଲର୍ (wk), ଏସ୍ ବିଲିଙ୍ଗସ୍, ଏମ୍ ଅଲି, ଏସ୍ କୁରାନ୍, ଟି କୁରାନ୍, ଏ ରସିଦ୍, ଏମ୍ ଉଡ୍

ସ୍କୋର କାର୍ଡ଼
ଭାରତ
ବ୍ୟାଟ୍ସମ୍ୟାନ୍ ରନ୍ବଲ୍ SR ଚୌକା ଛକ୍କା
ରୋହିତ ଶର୍ମା c ଜୋସ୍ ବଟଲର୍ ବି ବେନ୍ ଷ୍ଟୋକ୍ସ ୨୮ ୪୨ ୬୬.୬୬ ୪ ୦
ଶିଖର ଧାୱନ c ଇଏନ୍ ମୋର୍ଗାନ୍ b ବେନ୍ ଷ୍ଟୋକ୍ସ ୯୮ ୧୦୬ ୯୨.୪୫ ୧୧ ୨
ବିରାଟ କୋହଲି c ମୋଏନ୍ ଅଲି b ମାର୍କ ଉଡ୍୫୬ ୬୦ ୯୩.୩୩ ୬ ୦
ଶ୍ରେୟସ୍ ଆୟର ମ ସବ୍ (ଲିଭିଙ୍ଗଷ୍ଟୋନ୍) b ମାର୍କ ଉଡ୍୬ ୯ ୬୬.୬୬ ୧ ୦
କେଏଲ୍ ରାହୁଲ (ୱିକେଟ କିପର) ଅପରାଜିତ ୬୨ ୪୩ ୧୪୪.୧୮ ୪ ୪
ହାର୍ଦ୍ଦିକ ପାଣ୍ଡ୍ୟା c ଜନି ବେୟାରଷ୍ଟୋ ୱ ବେନ୍ ଷ୍ଟୋକ୍ସ ୧ ୯ ୧୧.୧୧ ୦ ୦
କ୍ରୁନାଲ ପାଣ୍ଡ୍ୟା ଅପରାଜିତ ୫୮ ୩୧ ୧୮୭.୦୯ ୭ ୨
ଖେଳି ନାହାଁନ୍ତି
ଶାରଦୁଲ ଠାକୁର
ଭୁବନେଶ୍ୱର କୁମାର
କୁଲଦୀପ ଯାଦବ
ପ୍ରସିଦ୍ଧ କୃଷ୍ଣ
EXTRAS (w ୫,।b ୩) ୮
ମୋଟ (୫ ୱିକେଟ୍, ୫୦ ଓଭର) ୩୧୭
ୱିକେଟ୍ ପତନ
୧-୬୪, (ରୋହିତ ଶର୍ମା, ୧୫.୧) ୨-୧୬୯, (ବିରାଟ କୋହଲି, ୩୨.୧) ୩-୧୮୭, (ଶ୍ରେୟସ୍ ଆୟର, ୩୪.୫) ୪-୧୯୭, (ଶିଖର ଧାୱନ, ୩୮.୧) ୫-୨୦୫, (ହାର୍ଦ୍ଦିକ ପାଣ୍ଡ୍ୟା, ୪୦.୩)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ମାର୍କ ଉଡ୍୧୦ ୭୫ ୨ ୭.୫୦ ୩୪ ୧
ସାମ୍ କୁରାନ୍ ୧୦ ୪୮ ୦ ୪.୮୦ ୩୪ ୧
ଟମ୍ କୁରାନ୍ ୧୦ ୬୩ ୦ ୬.୩୦ ୨୨ ୦
ବେନ୍ ଷ୍ଟୋକ୍ସ ୮ ୩୪ ୩ ୪.୨୫ ୩୦ ୧
ଆଦିଲ୍ ରଶିଦ୍ ୯ ୬୬ ୦ ୭.୩୩ ୧୫ ୦
ମୋଏନ୍ ଅଲି ୩ ୨୮ ୦ ୯.୩୩ ୫ ୦

ଇଲଣ୍ଡ
ବ୍ୟାଟ୍ସମ୍ୟାନ୍ ରନ୍ବଲ୍ SR ଚୌକା ଛକ୍କା
ଜେସନ ରୟ ସି ସବ୍ (ସୂର୍ଯ୍ୟକୁମାର ଯାଦବ) b ପ୍ରସାଦ କୃଷ୍ଣ ୪୬ ୩୫ ୧୩୧.୪୨ ୭ ୧
ଜନି ବେୟାରଷ୍ଟୋ c କୁଲଦୀପ ଯାଦବ ବି ଶାର୍ଦ୍ଦୁଲ ଠାକୁର ୯୪ ୬୬ ୧୪୨.୪୨ ୬ ୭
ବେନ୍ ଷ୍ଟୋକ୍ସ ସି ସବ୍ (ଶୁବମାନ ଗିଲ୍) b ପ୍ରସୀଦ କୃଷ୍ଣ ୧ ୧୧ ୯.୦୯ ୦ ୦
ଇଏନ୍ ମୋର୍ଗାନ୍ CPT c KL ରାହୁଲ b ଶାର୍ଦୁଲ ଠାକୁର ୨୨ ୩୦ ୭୩.୩୩ ୧ ୧
ଜୋସ୍ ବଟଲର୍ WKT bw ଶାର୍ଦୁଲ ଠାକୁର ୨ ୪ ୫୦.୦୦ ୦ ୦
ସାମ୍ ବିଲିଙ୍ଗସ୍ ସି ବିରାଟ କୋହଲି ବି ପ୍ରସୀଦ କୃଷ୍ଣ ୧୮ ୨୨ ୮୧.୮୧ ୧ ୦
ମୋଏନ୍ ଅଲି c କେଏଲ୍‌ ରାହୁଲ b ଭୁବନେଶ୍ୱର କୁମାର ୩୦ ୩୭ ୮୧.୦୮ ୨ ୧
ସାମ୍ କୁରାନ୍ ସି ସବ୍ (ଶୁବମାନ ଗିଲ୍) b କ୍ରୁନାଲ ପାଣ୍ଡ୍ୟା ୧୨ ୨୦ ୬୦.୦୦ ୧ ୦
ଟମ୍ କୁରାନ୍ c ଭୁବନେଶ୍ୱର କୁମାର ବି ପ୍ରସିଦ୍ଧ କୃଷ୍ଣ ୧୧ ୧୬ ୬୮.୭୫ ୧ ୦
ଆଦିଲ ରସିଦ c ରାହୁଲ ବି ଭୁବନେଶ୍ୱର କୁମାର ୦ ୫ ୦.୦୦ ୦ ୦

ମାର୍କ ଉଡ୍‌ ଅପରାଜିତ           ୨              ୭             ୨୮.୫୭    ୦             ୦

EXTRAS (w ୧୦,।b ୩) ୧୩।

ମୋଟ (୧୦ ୱିକେଟ୍, ୪୨.୧ ଓଭର) ୨୫୧

ୱିକେଟ୍ ପତନ

୧–୧୩୫, (ଜେସନ ରୟ, ୧୪.୨) ୨–୧୩୭, (ବେନ ଷ୍ଟୋକ୍ସ, ୧୬.୨) ୩–୧୬୯, (ଜନି ବେୟାରଷ୍ଟୋ, ୨୨.୧) ୪–୧୭୫, (ଇଓନ ମୋର୍ଗାନ, ୨୪.୧) ୫–୧୭୬, (ଜୋସ ବଟଲର, ୨୪.୪) ୬-୨୧୭, (ସାମ୍ ବିଲିଙ୍ଗସ୍, ୩୨.୧) ୭-୨୩୭, (ମୋଏନ୍ ଅଲି, ୩୭.୧) ୮-୨୩୯, (ସାମ୍ କୁରାନ୍, ୩୮.୧) ୯-୨୪୧, (ଆଦିଲ୍ ରସିଦ୍, ୩୯.୨) ୧୦-୨୫୧, (ଟମ୍ କୁରାନ୍, ୪୨.୧)

,
ଭାରତର ବୋଲିଂ
ବୋଲର୍ସ ଓଭର ରନ୍ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ଭୁବନେଶ୍ୱର କୁମାର ୯ ୩୦ ୨ ୩.୩୩ ୩୪ ୦
ପ୍ରସାଦ କୃଷ୍ଣ ୮.୧ ୫୪ ୪ ୬.୬୧ ୩୦ ୧
ଶାର୍ଦ୍ଦୁଲ ଠାକୁର ୬ ୩୭ ୩ ୬.୧୬ ୧୮ ୦
କ୍ରୁନାଲ ପାଣ୍ଡ୍ୟା ୧୦ ୫୯ ୧ ୫.୯୦ ୩୧ ୦
କୁଲଦୀପ ଯାଦବ ୯ ୬୮ ୦ ୭.୫୫ ୨୩ ୦