Odiapua.com

ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଐତିହାସିକ ବିଜୟ -୧୦ ୱିକେଟ୍ ରେ ଜିତିଲା ଭାରତ – ୨-୧ ରେ ଅଗ୍ରଣୀ

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଅହମ୍ମଦାବାଦରେ ଖେଳାଯାଇଥିଲା ଡେନାଇଟ୍‌ ଟେଷ୍ଟ ମ୍ୟାଚ୍‌। ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ। ଗତକାଲିର ୯୯/୩ ସ୍କୋରକୁ ଅତିକ୍ରମ କରି କିନ୍ତୁ ଭାରତ କେବଳ ୧୪୫ ରନ୍‌ରେ ଅଲ୍‌ ଆଉଟ୍ ହୋଇଥିଲା। ଏହାପରେ ଇଂଲଣ୍ଡ ଉପରେ ୩୩ ରନ୍‌ରେ ସାମାନ୍ୟ ଅଗ୍ରଣୀ ହୋଇପାରିଥିଲା ଭାରତ। ତେବେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୮୧ ରେ ଅଲ୍‌ ଆଉଟ୍ କରିଛି ଭାରତ ଏବଂ ପିଙ୍କ ବଲ୍ ଟେଷ୍ଟ ଜିତିବା ପାଇଁ ଭାରତକୁ ୪୯ ରନ୍ ଆବଶ୍ୟକ କରୁଥିଲା। ଏବେ ଭାରତ ଏହି ମ୍ୟାଚ୍‌କୁ ୧୦ ୱିକେଟ୍ ରେ ବିଜୟଲାଭ କରି ଭାରତ – ୨-୧ ରେ ଅଗ୍ରଣୀ ଅଛି।
ରୋହିତ ଶର୍ମା ୨୫ ରନ୍‌ ଏବଂ ଶୁଭମନ୍‌ ଗିଲ ୧୫ ରନ୍‌ କରି ଅପରାଜିତ ରହି ଭାରତକୁ ଜିତାଇଥିଲେ।