Odiapua.com

ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ – ଖରାବ ପାଗ ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ – ଭାରତ ୨୨ ରନ୍ ରେ ବିଜୟୀ

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ଆମେରୀକାର ଫ୍ଲୋରିଡ଼ାରେ ଖେଳାଯାଉଛି। ଖରାବ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଥିଲା। ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ ଇଣ୍ଡିଜ୍ ୧୫.୩ ଓଭରରେ ୪ ୱିକେଟ ହରାଇ ୯୨ ରନ ବନାଇଥିଲା। କାୟରନ ପୋଲାର୍ଡ ୮ ଏବଂ ଶିମରନ ହେଟମାୟର ୬ ରନ କରି ନଟ୍ ଆଉଟ୍ ଥିଲେ।

ଘନ କଳା ବାଦଲ ଏବଂ ତେଜ ବେଗରେ ପବନ ବହୁଥିବାରୁ ଓମ୍ପେୟାର ଇଣ୍ଡିଜର ଇନିଙ୍ଗ୍ସକୁ ୧୬ତମ ଓଭରରେ ମ୍ୟାଚ୍ କୁ ରୋକି ଦେଇଥିଲେ। ତା’ ପରେ ଦୁଇ ଟିମ୍ ଡ୍ରେସିଙ୍ଗ ରୁମକୁ ଫେରିଯାଇଥିଲେ। ୱେଷ୍ଟ ଇଣ୍ଡିଜ୍ ଟିମକୁ ଏହି ମ୍ୟାଚ୍ ଜୀତିବାପାଇଁ ବର୍ତ୍ତମାନ ୨୭ଟି ବଲ୍ ରେ ୭୦ ରନର ଆବଶ୍ୟକତା ଥିଲା। ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୭ ରନ ବନାଇଥିଲା। ପାଗ ଠିକ୍ ନ ହେବାରୁ, ମ୍ୟାଚ୍ ଏହିଠାରେ ଶେଷ ହୋଇଥିଲା ଏହା ଫଳରେ ଇଣ୍ଡିଆ ସହଜରେ ବିଜୟ ଲାଭ କରିଛି। ଡକବର୍ଥ ଲୁଇସ ସିଷ୍ଟମ ଅନୁଯାୟୀ ଇଣ୍ଡିଆ ୨୨ ରନରେ ବିଜୟ ଲାଭ କରିଛି।