Odiapua.com

ଭାରତ ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ : ୱେଷ୍ଟ ଇଣ୍ଡିଜ୍ କୁ ୧୬୮ ରନ୍ ର ବିଜୟ ଲକ୍ଷ ଦେଲା ଭାରତ

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ ୨୦ ଓଭରରେ ପାଞ୍ଚ ୱିକେଟ ହରାଇ ୧୬୭ ରନ ବନାଇଛି। ଶେଲ୍ଡନ କଟରେଲ ଭାରତକୁ ବଡ଼ ଝଟକା ଦେଇଛନ୍ତି। ୨୮ ରନର ନିଜ ସ୍କୋରରେ ବିରାଟ କୋହଲୀଙ୍କୁ ବୋଲ୍ଡ କରିଛନ୍ତି। ରୋହିତ ଶର୍ମା ର ଆଉଟ ହେବା ପରେ କ୍ରିଜ ଉପକୁ ଆସିଥିବା ଋଷଭ ପନ୍ତ ମଧ୍ୟ ଅଧିକ ସମୟ ରହିପାରିଲେ ନାହିଁ ଏବଂ ଚାରି ରନ କରି ଆଉଟ ହୋଇଗଲେ। ଶିଖର ଧାୱନ ଆଉଟ ହେବା ପରେ ରୋହିତ ଶର୍ମା ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବଂ ଶିଖର ଧାୱନ ଛଅ ଓଭରରେ ଭାରତର ସ୍କୋରକୁ ୫୦ ପାର ପହଁଚାଇଥିଲେ। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲୀ ଟସ ଜୀତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ। ଭାରତୀୟ ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆସନ୍ତା ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପର ପ୍ରସ୍ତୁତି ଆରମ୍ଭ କରି ଭାରତୀୟ ଟିମ ୱାର୍ଲ୍ଡ ଚମ୍ପିଆନ୍ ୱେଷ୍ଟଇଂଡିଜ ବିରୁଦ୍ଧରେ ଟି-୨୦ ସିରିଜ୍ ଖେଳୁଛି। ଏହି ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଫ୍ଲୋରିଡାର ସେଣ୍ଟ୍ରାଲ ବୋବର୍ଡ ରିଜଲ ପାର୍କ ଷ୍ଟାଡ଼ିୟମରେ ଖେଳାଯାଉଛି। ଏଠାରେ ଦୁଇ ଟିମ ମଧ୍ୟରେ ୨୪ ଘଣ୍ଟା ପୂର୍ବରୁ ହିଁ ସିରିଜ୍ ର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ୱେଷ୍ଟ ଇଣ୍ଡିଜ୍ କୁ ୪ ୱିକେଟ୍ ରେ ପରାସ୍ତ କରିଥିଲା।

ପ୍ଲେଇଙ୍ଗ ଇଲେଭେନ୍

ଭାରତୀୟ ଟିମ: ରୋହିତ ଶର୍ମା, ଶିଖର ଧବନ, ବିରାଟ କୋହଲୀ, ଋଷଭ ପନ୍ତ, ମନୀଷ ପାଣ୍ଡେ, କ୍ରୁଣାଲ ପାଣ୍ଡ୍ୟା, ରବୀଦ୍ର ଜାଡେଜା, ୱାଶିଂଗଟନ ସୁନ୍ଦର, ଭୁବନେଶ୍ଵର କୁମାର, ନବଦୀପ ସୈନୀ ଏବଂ ଖଲୀଲ ଅହମ୍ମଦ

ୱେଷ୍ଟଇଣ୍ଡିଜ ଟିମ – ଇବନ ଲୁଈସ, ସୁନୀଲ ନାରାୟଣ, ନିକୋଲସ ପୂରନ, କାୟରନ ପୋଲାର୍ଡ, ଶିମରନ ହେଟମାୟର, ରୋବମ୍ୟାନ ପାୱେଲ, କାର୍ଲୋସ ବ୍ରୈଥୱେଟ, କୀମୋ ପଲ, ଖାୟରୀ ପିୟରେ, ଶେଲ୍ଡନ କଟରେଲ ଏବଂ ଓଶାନେ ଥମସ