Odiapua.com

ଇଣ୍ଡିଆ Vs ସାଉଥ ଆଫ୍ରିକା : ମୋହାଲୀରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି

ମୋହାଲି ୧୮-୯ (ଓଡ଼ିଆ ପୁଅ) ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ମୋହାଲୀରେ ଖେଳା ଯାଉଛି। ତିନୋଟି ଟି-୨୦ ମ୍ୟାଚର ଏହି ସିରିଜ୍ ରେ ପ୍ରଥମ ମ୍ୟାଚ୍ ଟି ରବିବାରଦିନ ଧର୍ମଶାଳାରେ ବର୍ଷା କାରଣରୁ ରଦ୍ଦ ହୋଇଯାଇଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି। କେଏଲ ରାହୁଲ, ଖଲୀଲ ଅହମ୍ମଦ, ରାହୁଲ ଚାହରଙ୍କୁ ଟିମ୍ ରେ ଜାଗା ମିଳି ନାହିଁ।

ଭାରତର ପ୍ଲେଇଙ୍ଗ ଇଲେଭେନ- ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧୱନ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟାର, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), କ୍ରୁଣାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଗଟନ ସୁନ୍ଦର, ଦୀପକ ଚହର, ନବଦୀପ ସୈନୀ

ସାଉଥ ଆଫ୍ରିକାର ପ୍ଲେଇଙ୍ଗ ଇଲେଭେନ – କ୍ଵିଣ୍ଟନ ଡୀକକ (ଅଧିନାୟକ), ରାସୀ ବୈନ ଡର ଦୁସାଂ, ଟେମ୍ବା ବାବୁମା, ଜୁନିୟର ଡାଲା, ବ୍ୟୋର୍ଣ୍ଣ ଫର୍ବ୍ୟୁନ, ବ୍ୟୁରନ ହେଣ୍ଡରିକ୍ସ, ରୀଜା ହେଣ୍ଡରିକ୍ସ, ଡେବିଡ ମିଲର, ଏନରିଚ ନର୍ତ୍ଜେ, ଏଣ୍ଡିଲେ ଫେହଲୁକବାୟୋ, ଡ୍ଵେନ ପ୍ରିଟୋରିୟସ, କଗୀସୋ ରବାଡା, ତବରେଜ ଶମ୍ସୀ, ଜର୍ଜ ଲିଣ୍ଡେ।