Odiapua.com

ଚାରି ଓଭରରେ ପଲଟିଲା ମ୍ୟାଚ୍, ଭାରତ ୧୨୫ରେ ଆଠ ୱିକେଟ୍ ହରାଇଲା

ନୂଆଦିଲ୍ଲୀ ୨୫ ଫେବୃଆରୀ (ଓଡ଼ିଆ ପୁଅ) ଭାରତ ବନାମ ଇଂଲଣ୍ଡ ଲାଇଭ କ୍ରିକେଟ୍: ଅହମ୍ମଦାବାଦରେ ଖେଳାଯାଉଛି ଡେନାଇଟ୍‌ ଟେଷ୍ଟ ମ୍ୟାଚ୍‌। ରୋହିତ-ରାହାଣେଙ୍କଠାରୁ ବଡ଼ ଭାଗିଦାରୀ ଆଶା କରାଯାଉଥିଲା। କିନ୍ତୁ ଗତକାଲିର ୯୯/୩ ସ୍କୋରକୁ ଅତିକ୍ରମ କରି ଭାରତ ଆଠଟି ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛି। ଜ୍ୟାକ୍ ଲିଚ୍ ଙ୍କ ବଲ୍‌ରେ ରାହାଣେ (୭) ଏବଂ ତାପରେ ରୋହିତ ଶର୍ମା (୬୬) ଆଉଟ୍‌ ହୋଇଛିଲେ। ଏହାପରେ ଅଧିନାୟକ ଜୋ ରୁଟ୍ ଋଷଭ ପନ୍ତ ଏବଂ ୱାଶିଂଟନ୍ ସୁନ୍ଦରଙ୍କର ଟ୍ୱିକେଟ ନେଇଥିଲେ।
କ୍ୟାପଟେନ ଜୋ ରୁଟ ଋଷଭ ପନ୍ତଙ୍କ ୱିକେଟ୍ ନେଇଥିଲେ। ୱିକେଟ୍ କିପର ବେନ୍ ଫକ୍ସ କ୍ୟାଚ୍ ନେଇଥିଲେ। ତିନି ରନ୍ ମଧ୍ୟରେ ଭାରତ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିଟିକେ ହରାଇଥିଲା।

୧୧୪/୪ ଅଜିଙ୍କ୍ୟ ରାହାଣେ।
୧୧୫/୫ ରୋହିତ ଶର୍ମା।
୧୧୭/୬ ଋଷଭ ପନ୍ତ।
୧୨୫/୭ ୱାସିଂଟନ ସୁନ୍ଦର।
୧୨୫/୮ ଅକ୍ଷର ପଟେଲ।

ବର୍ତ୍ତମାନ ଅଶିନ ୧୭ ରନ୍‌ କରି ଖେଳୁଛନ୍ତି। ତାଙ୍କର ସାଥୀ ଦେଉଛନ୍ତି ଈଶାନ୍ତ ଶର୍ମା। ଭାରତର ସ୍କୋର ବର୍ମାମାନ ହୋଇଛି ୧୩୪/୮।