Odiapua.com

ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ କରିବ ଭାରତ- ଗଠିତ ହେବ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ

– ମହାକାଶରୁ ଉଦ୍ବୃତ ବିଭିନ୍ନ ସାମଗ୍ରୀର ବାଣିଜ୍ୟିକ ବିକାଶ କରିବ ଭାରତ

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ମହାକାଶ ବିଭାଗ ଅର୍ନ୍ତଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ହେବ। ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବା ବେଳେ ଏହା ପ୍ରକାଶ କରଛନ୍ତି। ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁଁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତମାନ ଏହାର ବାଣିଜ୍ୟିକ ଉପଯୋଗ ନିମନ୍ତେ ସମୟ ଆସିଯାଇଛି। ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡ ନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେ ଏହା ସହାୟକ ହେବ। ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍କ୍ଷେପଣ ଯାନ, ବୈଷୟିକ ଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର୍ଯ୍ୟ କରିବ।