Odiapua.com

ନିୟମିତ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନଗୁଡିକ ୩୧ ଜାନୁୟାରୀ ପର୍ଯ୍ୟନ୍ତ ସ୍ଥଗିତ – ଡିଜିସିଏ

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ନିୟମିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ୧୫ ଡିସେମ୍ବର ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଓମିକ୍ରନ୍ ଭ୍ୟାରିଏଣ୍ଟକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଓମିକ୍ରନ୍ ଭାରିଆଣ୍ଟ୍ର ଆସିବା ପରେ ଭାରତ ୩୧ ଜାନୁୟାରୀ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶ ଜାରି କରିଛି ବୋଲି ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଗୁରୁବାର ଦିନ କହିଛି।