Odiapua.com

୮୫ ପ୍ରତିଶତରୁ ଅଧିକ ସୁସ୍ଥ – ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୪୮ ଲକ୍ଷରୁ ଅଧିକ

– ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକ

ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି। ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର ବୁଧବାର ୮୫ ପ୍ରତିଶତ ଅତିକ୍ରମ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨, ୨୦୩ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଥିବା ବେଳେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୭୨, ୦୪୯ ରହିଛି। ଏହା ସହିତ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୫୭, ୪୪, ୬୯୩ ଛୁଇଁଛି। ଅଧିକ ତଥା ନିରନ୍ତର ସୁସ୍ଥ ହାର ବଢୁଥିବାରୁ ବିଶ୍ୱରେ ଭାରତର ସ୍ଥିତି ସୁଦୃଢ ହୋଇଛି।

ସୁସ୍ଥଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାରୁ ସକ୍ରିୟ ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି। ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (୯, ୦୭, ୮୮୩) ତୁଳନାରେ ୪୮ ଲକ୍ଷ (୪୮, ୩୬, ୮୧୦) ଅଧିକ ରହିଛି। ସୁସ୍ଥ ହାର କ୍ରମାଗତ ଭାବେ ବଢୁଥିବାରୁ ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ୬-୩୨ ଗୁଣ ଅଧିକ ରହିଛି।

ଦେଶର ସମୁଦାୟ ପଜିଟିଭଙ୍କ ମଧ୍ୟରୁ ସକ୍ରିୟ ମାମଲା ୧୩.୪୪ ପ୍ରତିଶତ ହ୍ରାସ ପାଇଛି ଓ ଲଗାତର ହ୍ରାସ ପାଉଛି।

ଜାତୀୟ ହାର ତୁଳନାରେ ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଅଧିକ ରହିଛି।

ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ, ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ୧୦ଟି ରାଜ୍ୟରୁ ୭୫ ପ୍ରତିଶତ ନୂତନ ସୁସ୍ଥ ମାମଲା ରିପୋର୍ଟ ହୋଇଛି।

ମହାରାଷ୍ଟ୍ର ଏହି ତାଲିକାରେ ପ୍ରାୟ ୧୭ ହଜାର ସୁସ୍ଥଙ୍କ ସହ ଶୀର୍ଷରେ ଥିବା ବେଳେ ଦିନକରେ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୭୨, ୦୪୯ ନୂଆ ମାମଲା ଚିହ୍ନଟ ହୋଇଛି।

୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ୭୮ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି।

ଏହି ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଛକୁ ରହିଛି କର୍ଣ୍ଣାଟକ। କର୍ଣ୍ଣାଟକରେ ପ୍ରାୟ ୧୦ ହଜାର ମାମଲା ଚିହ୍ନଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୮୬ ମୃତ୍ୟୁ ରିପୋର୍ଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ ମୃତ୍ୟୁର ୮୩ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି।

ନୂଆ ମୃତ୍ୟୁ ତାଲିକାରେ ମହାରାଷ୍ଟ୍ରରେ ୩.୭ ପ୍ରତିଶତ ଅଧିକ ମୃତ୍ୟୁ (୩୭୦) ହୋଇଥିବା ବେଳେ କର୍ଣ୍ଣାଟକରେ ୯୧ ମୃତ୍ୟୁ ହୋଇଛି।

ଅକ୍ଟୋବରରୁ ନଭେମ୍ବର ମାସ ଯାଏଁ ପର୍ବପର୍ବାଣୀର ସମୟ ହୋଇଥିବାରୁ ଲୋକେ ବହୁ ସଂଖ୍ୟାରେ ପୂଜା, ମେଳା, ଶୋଭାଯାତ୍ରା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଯୋଗ ଦେବାର ସମ୍ଭାବନା ରହିଛି। ଏସବୁ ଉତ୍ସବ ଦିନେ, ସପ୍ତାହେ କିମ୍ବା ଅଧିକ ଦିନ ଚାଲିପାରେ। କୋଭିଡ-୧୯ ସଂକ୍ରମଣ ଏଡାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପର୍ବପର୍ବାଣୀ ବେଳେ ସତର୍କତା ପଦକ୍ଷେପ ସ୍ୱରୂପ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି। ଏହା https://www.mohfw.gov.in/pdf/StandardOperatingProceduresonpreventivemeasurestocontainspreadofCOVID19duringfestivities.pdfରୁ ଦେଖିପାରିବେ।