Odiapua.com

ଆଜି ପୁଣି ଭାଙ୍ଗିଲା କରୋନା ଆକ୍ରାନ୍ତ ରେକର୍ଡ଼ – ୧୪୫୧୬ ନୂଆ କରୋନା ପଜିଟିଭ୍ – ଆଜି ମୃତ୍ୟୁ ସଂଖ୍ୟା ୩୭୫ – ମୋଟ ମୃତ୍ୟୁ – ୧୨୯୪୮

ନୂଆଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) : ୧୪୫୧୬ କରୋନା ପଜିଟିଭ୍ ସହିତ ଆଜି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ ହୋଇଛି।

ଗୁରୁବାର ଦିନ ମୃତ୍ୟୁ ସଂଖ୍ୟା ୧୨୯୪୮ କୁ ବୃଦ୍ଧି ପାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ୧୬୮୨୬୯ ସକ୍ରୀୟ ଥିବା ବେଳେ ୨୧୩୮୩୧ ଲୋକ ସୁସ୍ଥ ହୋଇଛନ୍ତି।

କ୍ରମାଗତ ନବମ ଦିନ ପାଇଁ ଭାରତ ୧୦, ୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।