Odiapua.com

ଦେଶରେ କମିଲା ସଂକ୍ରମଣ : ୧,୦୦,୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ, ୨,୪୨୭ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୦,୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨,୪୨୭ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୦୯,୯୭୫ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୬,୧୯୦ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧,୭୪,୩୯୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨,୪୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୪୯,୧୮୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୦୧,୬୦୯ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨,୭୧,୫୯,୧୮୦ ଜଣ।

ସକ୍ରୀୟ ଆକ୍ରାନ୍ତ ୪.୮୫%

ଆରୋଗ୍ୟ ହୋଇଛନ୍ତି ୯୩.୯୪%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୩, ୨୭, ୮୬, ୪୮୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୯୦, ୯୧୬ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୬, ୪୭, ୪୬, ୫୨୨ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୫, ୮୭, ୫୮୯ ଟି।