Odiapua.com

ଦେଶରେ କମିଲା ସଂକ୍ରମଣ : ୧, ୧୪, ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ, ୨, ୬୭୭ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧, ୧୪, ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨, ୬୭୭ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୮୮, ୦୯, ୩୩୯ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୭୭, ୪୪୯ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୮୯, ୨୩୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨, ୬୭୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୪୬, ୭୫୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୭୭, ୭୯୯ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୬୯, ୮୪, ୭୮୧ ଜଣ।

ସକ୍ରୀୟ ଆକ୍ରାନ୍ତ ୫.୧୩%

ଆରୋଗ୍ୟ ହୋଇଛନ୍ତି ୯୩.୬୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୩, ୧୩, ୨୨, ୪୧୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୩, ୫୩, ୫୩୯ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୬, ୪୭, ୪୬, ୫୨୨ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦, ୩୬, ୩୧୧ ଟି।