Odiapua.com

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦, ୯୫୩ ନୂଆ କରୋନା ସଂକ୍ରମଣ, ୨୩, ୬୫୩ ଆରୋଗ୍ୟ ଏବଂ ୧୮୮ ମୃତ୍ୟୁ

ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୪୦, ୯୫୩ ନୂତନ COVID୧୯ ମାମଲା ରିପୋର୍ଟ ହୋଇଛି। ୨୩, ୬୫୩ ଆରୋଗ୍ୟ ହୋଇଥିବା ବେଳେ ଏବଂ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ମାମଲା: ୧, ୧୫, ୫୫, ୨୮୪ ଏବଂ ମୋଟ ଆରୋଗ୍ୟ ହୋଇଛନ୍ତି : ୧, ୧୧, ୦୭, ୩୩୨ ସକ୍ରିୟ ମାମଲା: ୨, ୮୮, ୩୯୪ ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧, ୫୯, ୫୫୮ କୁ ବୃଦ୍ଧି ପାଇଛି। ତେବେ ମୋଟ ଟୀକାକରଣ ହୋଇଛି ୪, ୨୦, ୬୩, ୩୯୨।

ସୂଚନାଯୋଗ୍ୟଯେ, ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମହାରାଷ୍ଟ୍ରରେ ସ୍ଥିତି ଅଧିକ ଗୁରୁତର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ହଜାର ୬୮୧ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି।

କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ମଧ୍ୟପ୍ରଦେଶ ସରକାର ଭୋପାଳ, ଇନ୍ଦୋର ଏବଂ ଜବଲପୁର ସହରରେ ଆସନ୍ତା କାଲି ୨୧ ତାରିଖ ରବିବାର ଦିନ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଲଗାଇବା ପାଇଁ ଘୋଷଣା କରିଛନ୍ତି।